ରଙ୍ଗ ବେରଙ୍ଗର ଖେଳ
ରଙ୍ଗ ବେରଙ୍ଗର ଖେଳ
ଏ ରଙ୍ଗ ବେରଙ୍ଗର ଖେଳ ଯେ କା ପାଇଁ ବୋଲି,
ମାଧବକୁ ଚାହିଁ ମନେ ମନେ ପଚାରୁଥିଲି।
ଚକ୍ଷୁହୀନର ଥରୁଟିଏ ଦିଅନ୍ତ ଆଲୋକ ମେଲି ,
ତଥାପି ହସେ ସେ ଅବିରର ବାସନା ବୋଳି ।
ଫି ବରଷ ଆସୁଛୁରେ ତୁ ମତୁଆଲା ହୋଲି ,
ଭରା ଫଗୁଣରେ ଧରାକୁ ରଙ୍ଗେଇବୁ ବୋଲି ।
ଆମ୍ବକଷି ସଜ୍ଜିତ ଦୋଳ ବିମାନେ ଝୁଲି ,
ରାଧା ସଙ୍ଗେ କହ୍ନେଇ ଗଲାଣି ବୁଲି।
ଫଗୁଣେ ବରଷେ ଫଗୁର ନାଲି
ଭିଜେ ଗାଁ ଦାଣ୍ଡର ସତେଜ ବାଲି ।
ଦଶ ଦୋଳ ଯାତରା ଡାକେ
ମାଟିର ପୁଅ ବେଗେ ଆ' ତୁ ଚାଲି ।
ହଜି ମଜ୍ଛି ଯାଏ ସଖା ସଙ୍ଗାତ ମେଳି
ମୁଠା ମୁଠା ଅବିର ରଙ୍ଗ ବୋଳି ।
କୂଟ ରଚିଲା ଯେ ହୋଲିକା
ପ୍ରହଲାଦକୁ ପୋଡି ମାରିବ ବୋଲି ,
କପଟୀ ରାକ୍ଷଷୀ ପାଉଁସ ହେଲା
ଅହଂକାରର ଅଗ୍ନିରେ ଜଳିଜଳି ।
ପାରିଲାନି ସାମାନ୍ୟ ଶିଶୁଟିର
ବିଷ୍ଣୁ ଭକତିର ଶକ୍ତିକୁ ଜାଳି।
ଷୋଳ ସହସ୍ର ଗୋପିଙ୍କ ସଙ୍ଗେ ଚଳି
ରାଧାରାଇ ନାଚନ୍ତି ଅବିର ଖେଳି ।
ଏବର ଯୁଗ କେତେ ଯେ ଯାଇଛି ବଦଳି ,
ଭାଙ୍ଗପଣା, ସୁରା, ତାମଷ ପାଇଁ ପଶୁର ବଳି ।
ପୃଥ୍ୱୀ ରଙ୍ଗକୁ କଲାଣି ବେରଙ୍ଗ
ବୋମା ବାରୁଦର ଧୂଆଁ ପାଉଁସ ଧୂଳି ।
ଧ୍ୱଂସାଭିମୁଖୀ ପୃଥିବୀର କାଳ
ଅହଂକାରୀ ମଣିଷ ଆଜି ପାରୁନି କଳି।
