STORYMIRROR

Balaram Barik

Fantasy

4  

Balaram Barik

Fantasy

ଆପ୍ ଙ୍କ ଏ ଦୁନିଆ ....

ଆପ୍ ଙ୍କ ଏ ଦୁନିଆ ....

1 min
429


"""ଯେବେଠୁ ବିଶ୍ୱ ଆସିଛି ସଫ୍ଟଓୟାରର ନିୟନ୍ତ୍ରଣରେ 

ମଣିଷ ଯେମିତି କଣ୍ଡେଇ ସାଜିଛି ସୁବିଧା ନାଁରେ।

ସୟନ ସପନ ଜାଗରଣ ସବୁଠି ତାର କବ୍ଜା।

ପଢିବା, ଖେଳିବା ,ନାଚିବା ଗାଇବା,ହସିବା ,ହସାଇବା

ସବୁ କିଛି ହୁଏ ଏହି ରଙ୍ଗୀନ ଆପ୍ ଗୁଡ଼ିକରେ।

ଛୁଇଁ ଦେଲେ ପାଖୁଡା ପାଖୁଡା ପରି ଦେଖିହୁଏ ତାଙ୍କୁ...

ଉପଯୋଗ କରିହୁଏ ଉପାଦେୟତା ଯେତେ ଅଛି।

ରଙ୍ଗ,ଶବ୍ଦ,ଦୃଶ୍ୟ ସବୁ ଯେମିତି ବିଶ୍ୱକର୍ମାଙ୍କ ସୃଷ୍ଟି ଭଳି।

ଭୋକ ହେଲେ ଆପ୍ ଶୋଷ ହେଲେ ଆପ୍ 

ରୋଗ ହେଲେ ଆପ୍ ଅଵଶୋଷ ଆସିଲେ ବି ଆପ୍

ସେ ହିଁ ଆମକୁ ଦେଖାଇ ଥାଏ ନୂଆ ନୂଆ ରାହା ବଞ୍ଚିବାର।

ଭିଡ଼ିଓ, ଅଡ଼ିଓ ଚାଟ୍ ଯେତେ ହୁଏ ସମ୍ଭବ ପୁଣି

ଘରେ ବସି ବସି ଆମେ ଜଗତେ ଦେଉ ଜ୍ଞାନ ମଞ୍ଜି ବୁଣି।

ଆଉ ସେଦିନ ବେଶୀ ଦୂର ନାହିଁ ଆପ୍ ଆମକୁ 

ଏତେ ଆପଣାର କରିନେବ ଆମେ ନିଜକୁ ଭୁଲିଯିବା।

ବାସ୍ନା ସୃଷ୍ଟିକାରୀ ଆପ୍ ର ଗୋଲାମ ସାଜିଯିବା 

ଅମିଠା ଅପ୍ରାକୃତିକ ସୁଖ ଲଡୁ ଖାଇବାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy