STORYMIRROR

Balaram Barik

Abstract

3  

Balaram Barik

Abstract

ଗରିବୀ

ଗରିବୀ

1 min
240


ଆସ ଦେଖିଯିବା ...

ଗରିବୀ ହଟୁଛି ଏ ଦେଶରୁ ...

ନେତାଙ୍କ ଭାଷଣରେ, ଜନ ଗହଳିରେ 

ପଦ ପଦବୀ ବଣ୍ଟା ହେବା ଥଳରେ।

ଅଣଚାସ ଗର୍ଜନ ଯୋଜନାରେ।

ତାଙ୍କ କିଚେନେ ଚିକେନେ

ମଗନ ସେମାନେ ମଟନ ପେଲଣେ।

ତାଙ୍କ ସବ୍ସିଡି କ୍ୟାଣ୍ଟିଂନ ବାସନା ବାସନେ।

ଶୁଙ୍ଗିବାର ଭାଗ୍ୟ ହେଲେ ମିଳନ୍ତାରେ।

ବଦଳା ବଦୁଳା ଚାଲିଛି ଚାଲିବ।


ଆସ ଦେଖିଯିବା ....

ଗରିବୀ ହାରୁଛି ସୁନାର ଭାରତୁ...

ପାଣିଗାର ସମ ପ୍ରତିଶୃତିରେ।

ନେଡି ଭାଙ୍ଗି ଠିଆ ଭୋକିଲା ପେଟରେ 

ଭୋଟ ନାଁରେ ନବରନ୍ତ୍ର ଭୋଜନ ରାତିରେ ।

ରାତି ପାହିଲେ ପୁନଶ୍ଚ କଙ୍କାଳମୟ ତନୁରେ।


ଆସ ଦେଖିଯିବା ....

ଭୋକ କଟ ମଟ ହୋଇ ଚାହିଁଛିରେ

ମୁନ୍ସୀପାଲଟି କଚଡା ଫିଙ୍ଗା ଜାଗାରେ ।

ରେଳ ଷ୍ଟେସନ -ବସ ଷ୍ଟାଣ୍ଡର ମୁକ୍ତ ଆକାଶରେ।

ଗରିବୀ ନେଞ୍ଜେରା ଲଗା ବିକଳ ଆଖିରେ ।


ଆସ ଦେଖିଯିବା .....

ଗରିବୀ ଓ ଭୋକର ଯୁଗଳ ଶୋଇଛନ୍ତି 

କୋଳାକୋଳି ହେଇ ଅବୈଧ ଶିଶୁ ଜନ୍ମଦେବା ଆଶାରେ 

ଗୋଟିଏ ଛୁଆ ବିକି ଛ ମାସ ଚଳିଯିବା ପାଶବ ଯୋଜନାରେ।

କାହାର କ'ଣ ଚାଲିଯାଉଛିରେ 

ଯାହାକୁ ଗରିବୀ ରୋଗ ହେଇଛି ସେ ବୁଝୁରେ।

ସରକାର ଓ ସାହୁକାର ତ ୱେବ ୱାର୍ଲଡ଼ରେ ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract