ଆପଣା ହସ୍ତେ ଜିଭ ଛେଦି
ଆପଣା ହସ୍ତେ ଜିଭ ଛେଦି
ସେ କହୁଥିଲା ମୋତେ ଡର ।
ଡରିଲନି ! ଶୁଣିଲନି! ମାନିଲନି!
ତାକୁ ହରେଇବାକୁ ,ଡରେଇବାକୁ ଚା ଛଣା କପଡା ଖଣ୍ଡେ ମୁହଁରେ ବାନ୍ଧିଦେଲ।
ସେ କହୁଥିଲା ମୋତେ ଡର।
ରୁଣ୍ଡ ହୁଅନି ! ଲଗା ଲଗି ହୋଇ ଠିଆ ହୁଅନି।
ତାକୁ ହରେଇବାକୁ ବାହାଦୁରୀ ଦେଖାଇ, ସାନିଟାଇଜର ହାତରେ ଘସିଲ।
ସେ କହୁଥିଲା ମୋତେ ଡର।
ବେଶୀ ବୁଲା ବୁଲି କର ନାହିଁ।
ଅଜଣା ଜାଗାକୁ ଯାଅ ନାହିଁ।
ତା ଆଖିରେ ଆଖି ମିଶେଇ ତାକୁ ଚକମା ଦେଖାଇବାକୁ, ମନ ମାନି କରିଲ।
ସେ କହୁଥିଲା ମୋତେ ଡର।
ପ୍ରଚାର ବିନା ! ମଦ ଓ କୁକୁଡ଼ା ବିନା ! ରାଲି ବିନା ଇଲେକ୍ସନ କର।
ତା କଣ୍ଟାକୁ ଦେଖି ଭୟଭୀତ ହେଲନାହିଁ ମୋଟୁରୁ, ସେ ଚାନ୍ସ ଗୋଟେ ଦେଇଥିଲା।