STORYMIRROR

Balaram Barik

Horror

3  

Balaram Barik

Horror

ଅଲଗା ଉଷ୍ମତା

ଅଲଗା ଉଷ୍ମତା

1 min
213


ଫେରିଛି କୋଭିଡ ଭିଡ଼ ନେଇ 

ମାଳ ମାଳ କଙ୍କାଳ ମଶାଣିରେ 

ଅହରହ ଦେଖ ଜଳୁଥାଇ ।

ଚଣ୍ଡାଳ ଭୟାତୁର ଭବିଷ୍ୟତକୁ ନେଇ।

ଦେଖି ସେ କାତର ତାର ଛାଇ।

କାନ୍ଧ ଦେବାକୁ କାନ୍ଧ ପାଉନାହିଁ।

ଛଅ ଖଣ୍ଡ କାଠ ବି ମିଳୁନାହିଁ 

ଚାରିଆଡେ ଅମ୍ଳଜାନ ଖାଲି 

ଯା ପ୍ରଶ୍ୱାସରେ ଯାଉ ନାହିଁ।

ପବନକୁ ବାନ୍ଧିବାକୁ ...

ଜଳଧାରକୁ ଶସ୍ତ୍ରେ କାଟିବାକୁ 

ବାହାରିଲେଣି କିଛି ଧୁରନ୍ଧର ଦେଖ !

କଣ !ପ୍ରକୃତି ସମତୁଲ କରିବାକୁ 

ଆଗଭର ତା ଦେହର ଭାରକୁ।

ଏ ଦୁଃସ୍ୱପ୍ନ ଘୋଟି ଆସୁଛି ଇଚ୍ଛା ନଥାଇ।

ଟିକେ ଉଷ୍ମତା ପ୍ରାଣ ନେଉଛି ବୋହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror