STORYMIRROR

Balaram Barik

Classics

4  

Balaram Barik

Classics

ମୋ ଦେଶ ଏତେ ବିବିଧ

ମୋ ଦେଶ ଏତେ ବିବିଧ

1 min
18


ମୋ ଦେଶ ଏତେ ବିବିଧ ଯେ ଗୋଟିଏ ପରିବାରରେ ବାପାର ଗୋଟିଏ ଦଳ, ମାର ଗୋଟିଏ ଦଳ, ପୁଅର ଗୋଟିଏ ଦଳ ଓ ଝିଅର ଗୋଟିଏ ଦଳ।

ମୋ ଦେଶ ଏତେ ବିବିଧ ଯେ ନିଜ ନିଜ ଦଳକୁ ଉଞ୍ଚା ଦେଖାଇବାକୁ ଆମେ ସବୁ ନିଜ ଭିତରେ ହେଉ କଳିଗୋଳ।

ମୋ ଦେଶ ଏତେ ବିବିଧ ଯେ ସବୁ ସାହି ଓ ସବୁ ଗଳିରେ ଖାଲି ପୋଷ୍ଟର ମାଳମାଳ।

ମୋ ଦେଶ ଏତେ ବିବିଧ ଯେ ପ୍ରତି ରାଜନୈତିକ ଦଳର ଅଲଗା ଅଲଗା ନିଉଜ୍ ଚ୍ୟାନେଲ, ଲାଗି ପଡ଼ିଛନ୍ତି ସମସ୍ତେ ନିଜ ଦଳକୁ କରିବାକୁ ସଫଳ।

ମୋ ଦେଶ ଏତେ ବିବିଧ ଯେ କ୍ଷମତାକୁ ଉପଭୋଗ କରିବାକୁ ନେତାଏ କରନ୍ତି ବାରମ୍ବାର ଦଳ ବଦଳ।

ମୋ ଦେଶ ଏତେ ବିବିଧ ଯେ ନିର୍ବାଚନ ସମୟରେ ପ୍ରତି ଅଭିନେତା ନିଜ ନିଜ ଦଳ ପାଇଁ କଷାନ୍ତି ବଳ।

ମୋ ଦେଶ ଏତେ ବିବିଧ ଯେ ନିଜ ଦଳିୟ ସ୍ବାର୍ଥକୁ ଆଗକୁ ନେବାକୁ ଅମେ ନିଜ ଦେଶ ଓ ରାଜ୍ୟଟାକୁ କରନ୍ତି ଫାଳ ଫାଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics