ସିଦ୍ଧିର ସିଦ୍ଧାର୍ଥ
ସିଦ୍ଧିର ସିଦ୍ଧାର୍ଥ
କପିଳା ବସ୍ତୁର ଲୁମ୍ବିନୀ ଉଦ୍ୟାନେ
ତୁମରି ପ୍ରଥମ ଡାକ ।
ପ୍ରଥମ ସକାଳ ପ୍ରଥମ ଅର୍ଘ୍ୟରେ
ଧରଣୀ କଲା ସ୍ଵାଗତ ॥0॥
ଶାକ୍ୟ ବଂଶଜ ନାମ ସିଦ୍ଧାର୍ଥ
ମାୟାଦେବୀ କଲେ ଜାତ ।
ଶୁକ୍ଳ ପକ୍ଷରେ ଶୁଭ୍ର ହାତୀଟିଏ
ହୋଇଲା ସତେ ପତିତ ॥୧॥
ସିଦ୍ଧି କରିବାକୁ ଅସିଦ୍ଧି ଯେତେକ
ଶୁଭ୍ର ସ୍ଵଛତା ନେଇ ।
କୁସଂସ୍କାରୀ ଯେତେ ଏ ଧରଣୀ ବୁକେ
ସଂସ୍କାରର ବାଟ ପାଇ ॥୨॥
ମାନବ ଧର୍ମର ବାଣୀ ପ୍ରସାରିଲେ
ତେଜି ରାଜ ସୁଖ ଶିରୀ ।
ଶକ୍ୟ ମୂନୀ ନାମେ ଖ୍ୟାତ ହେଲେ ବିଶ୍ଵେ
କୁଚ୍ଛ୍ର ଭିକ୍ଷୁ ବେଶ ଧରି ॥୩॥
ଗଣନା ଜାତକ,ଅଧର୍ମୀ ଆତଙ୍କ
ନିରାକରଣର ପଥ ।
ଦେଇଗଲେ ସବୁ ସଂସ୍କାରର ସୂତ୍ର
ପଞ୍ଚଶୀଳ, ଅଷ୍ଟମାର୍ଗ ॥୪॥
ବିପାସନା ଏକ ଉପାସନା ଭାବ
ବାନ୍ଧିଲେ ଯୋଗ ସୂତ୍ରରେ ।
ଶିକ୍ଷାର ପ୍ରଚାର ପ୍ରସାରଣ ପାଇଁ
ଶ୍ରମଣେ ବାଣ୍ଟି ଶ୍ରଦ୍ଧାରେ ॥୫॥
ବଦଳେଇ ଦେଲ ଦାର୍ଶନିକ ତତ୍ତ୍ୱେ
କେତେ ପାପୀ ତପୀ ଭଣ୍ଡ ।
ଶିଖେଇଲ ତୁମେ ଅଜ୍ଞାନ ମାନବେ
ବଞ୍ଚିବାର ମାନ ଦଣ୍ଡ ॥୬॥
ଶିକ୍ଷା ସଂସ୍କାର ଜ୍ଞାନ କୌଶଳ
ପୁରା ସଭ୍ୟତାର କଥା ।
ନାଳନ୍ଦା ବିଶ୍ଵର ଶ୍ରେଷ୍ଠ ପାଠଶାଳା
ତୁମ ଜ୍ଞାନର ପ୍ରଣେତା ॥୭॥
ଜ୍ୟୋତିଷ,ଭେଷଜ, ଶାସ୍ତ୍ରରେ ଅଗ୍ରଣୀ
କାରିଗରୀ ବିଦ୍ୟା ସିଧ୍ୟ ।
ବୌଦ୍ଧିକ ଜ୍ଞାନ ଉଦୟ କରତା
ତୋଳି ପ୍ରବୁଦ୍ଧ ଭାରତ ॥୮॥
