ମୁକ୍ତିର ପଥେ
ମୁକ୍ତିର ପଥେ
ପରାଧୀନତାର ଶୃଙ୍ଖଳ ଖୋଲିବେ
ସ୍ବାଧୀନ ହେବାର ଆଶା
ଜାଗିଥିଲା ଦିନେ ଭାରତୀୟଙ୍କର
ପାଲଟିଲା ଏକ ନିଶା ।।
କୋରାପୁଟିଆର ମୁକ୍ତି ଆନ୍ଦୋଳନ
ହୋଇଥିଲା ଏକ ପେଶା
ଅଗଷ୍ଟ ବଇୟାଳିଶ କହୁଥିଲା
ସ୍ବାଧୀନ ଭାରତ ଭାଷା ।।
ଅଗଷ୍ଟ ଦୁଇରେ ବସିଥିଲା ଯେବେ
ପୂର୍ଣ୍ଣାଙ୍ଗ ଅଧିବେଶନ
ଗାନ୍ଧୀଙ୍କ ଆଦେଶ ଅହିଂସା ସଂଗ୍ରାମ
ସମସ୍ତେ କଲେ ପାଳନ।।
ଅଗଷ୍ଟ ସାତରେ ବମ୍ବେ ଠାରେ ଯେବେ
ବସିଲା ଅଧିବେଶନ
ଉତ୍କଳ ପ୍ରଦେଶ କଂଗ୍ରେସ କମିଟି
ଦେଇଥିଲା ଯୋଗଦାନ।।
ଅଗଷ୍ଟ ଆଠରେ ଆଲୋଚନା ହେଲା
ପରବର୍ତ୍ତୀ କାର୍ଯ୍ୟକ୍ରମ
ଇଂରେଜ କେମିତି ଦେଶରୁ ହଟିବ
କରିବେ ସଦା ଉଦ୍ୟମ।।
ଅଗଷ୍ଟ ନଅରେ ଘୋଷଣା ହୋଇଲା
ଦେଶ ଛାଡ଼ ଆନ୍ଦୋଳନ
ପ୍ରଚାର ପତ୍ର ଧରି ଗାଁ ଗାଁ ବୁଲିଲେ
ସଭିଙ୍କୁ କରି ବଣ୍ଟନ।।
ଆଦିବାସୀ ଏଠି ସଂଗ୍ରାମୀ ସାଜିଲେ
ସ୍ବରାଜ ଆଣିବା ପାଇଁ
ସେଦିନ ଯାଇଛି କଥା ରହି ଅଛି
ଆମକୁ ହେଜିବା ପାଇଁ।।
*******
