STORYMIRROR

Prabhati Debnath

Classics Inspirational

4  

Prabhati Debnath

Classics Inspirational

ମୁକ୍ତିର ପଥେ

ମୁକ୍ତିର ପଥେ

1 min
366

ପରାଧୀନତାର ଶୃଙ୍ଖଳ ଖୋଲିବେ

ସ୍ବାଧୀନ ହେବାର ଆଶା

ଜାଗିଥିଲା ଦିନେ ଭାରତୀୟଙ୍କର

ପାଲଟିଲା ଏକ ନିଶା ।।

କୋରାପୁଟିଆର ମୁକ୍ତି ଆନ୍ଦୋଳନ

ହୋଇଥିଲା ଏକ ପେଶା

ଅଗଷ୍ଟ ବଇୟାଳିଶ କହୁଥିଲା

ସ୍ବାଧୀନ ଭାରତ ଭାଷା ।।

ଅଗଷ୍ଟ ଦୁଇରେ ବସିଥିଲା ଯେବେ

ପୂର୍ଣ୍ଣାଙ୍ଗ ଅଧିବେଶନ

ଗାନ୍ଧୀଙ୍କ ଆଦେଶ ଅହିଂସା ସଂଗ୍ରାମ

ସମସ୍ତେ କଲେ ପାଳନ।।

ଅଗଷ୍ଟ ସାତରେ ବମ୍ବେ ଠାରେ ଯେବେ

ବସିଲା ଅଧିବେଶନ

ଉତ୍କଳ ପ୍ରଦେଶ କଂଗ୍ରେସ କମିଟି

ଦେଇଥିଲା ଯୋଗଦାନ।।

ଅଗଷ୍ଟ ଆଠରେ ଆଲୋଚନା ହେଲା

ପରବର୍ତ୍ତୀ କାର୍ଯ୍ୟକ୍ରମ

ଇଂରେଜ କେମିତି ଦେଶରୁ ହଟିବ

କରିବେ ସଦା ଉଦ୍ୟମ।।

ଅଗଷ୍ଟ ନଅରେ ଘୋଷଣା ହୋଇଲା

ଦେଶ ଛାଡ଼ ଆନ୍ଦୋଳନ

ପ୍ରଚାର ପତ୍ର ଧରି ଗାଁ ଗାଁ ବୁଲିଲେ

ସଭିଙ୍କୁ କରି ବଣ୍ଟନ।।

ଆଦିବାସୀ ଏଠି ସଂଗ୍ରାମୀ ସାଜିଲେ

ସ୍ବରାଜ ଆଣିବା ପାଇଁ

ସେଦିନ ଯାଇଛି କଥା ରହି ଅଛି

ଆମକୁ ହେଜିବା ପାଇଁ।।

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics