ଜଗତରେ ତୁମ ନାମ ବଡ
ଜଗତରେ ତୁମ ନାମ ବଡ


ଜଗତରେ ତୁମ ନାମ ଏକା ବଡ
ତୁମେ ପରା ବଡ ଠାକୁର
କରି କରାଉଛ ପାଳୁଛ ତାରୁଛ
ତୁମକୁ କୋଟିଏ ଜୁହାର ।
ଜୀବନରେ କେବେ ଭଲରେ
ତୁମକୁ ଡାକି ନାହିଁ ମନଖୋଲି
କେମିତି ତୁମକୁ କି ନାମେ ଡାକିବି
ଜାଣିନି ତୁମକୁ ବୋଲି ।
ସଭିଏଁ କହନ୍ତି ତୁମେ ବଡ ଦିଅଁ
ଚକା ଚକା ଦୁଇ ଆଖି
କଳପ କଳପ ତୁମରି ଭକତ
ହାତ ଦେଇ ଥାନ୍ତି ଟେକି ।
ଯେମିତିକା ହେଉ ଡାକିଲେ ଭକତ
ଆସ ପରା ତୁମେ ଧାଇଁ
ଝାଡିଦେଇ ଥାଅ ଯେତେ ଦେହ ଧୂଳି
ଆଦରେ ନିଅ କୋଳେଇ ।
କେବଳ ଏତିକି କରୁଣା କରିବ
ଆହେ ମୋର ମହାବାହୁ
ତୁମରି କରୁଣା ବରଷା ହେଉ ହେ
ସଂସାରର ଦୁଃଖ ଯାଉ ।