ଗୁଣମଣି
ଗୁଣମଣି
ଧନ୍ୟ ଗୁଣମଣି ଗୁଣର ସାଗର
ତୁମ ମହିମା ଅନନ୍ତ ଅପାର
କରୁଣାର ନଦ କରୁଣା ହରଦ
ସଙ୍କ୍ରମଣ ତୁମ ଅସମ୍ଭାଳ ।
ଅଦଭୁତ ସୂକ୍ଷ୍ମ ବହୁତ ଘାତକ
ବିଷାଣୁ ଭୂତାଣୁ ଅବତାର
ଗଛେ ମଲମଲ ଚଢିବା ସହଜ
ଓହ୍ଲାଇବା ତଳେ କଷ୍ଟକର ।
ପର ପାଇଁ ଖାତ ଖୋଳିବା ଅଟଇ
ଭବିଷ୍ୟତ ପାଇଁ ମହାକାଳ
ଅନ୍ୟ କିଏ ପଡ଼ି ମରୁ କି ନ ମରୁ
ଆପଣା ମରଣ ଜଳ ଜଳ ।
ନଈ ନ ଦେଖିଣ ସଂପୂର୍ଣ୍ଣ ନଙ୍ଗଳା
ଏକଦୁଇ ଘରେ ସାବଧାନ
ଅଖା ଘୋଡା ଖୋଲି ଯେତେ ଧୋଉଥିଲେ
ଧୌତ କି ହୁଅଇ ଅବଗୁଣ ।
ଗରୀବ ହେଉଛି ବଡ଼ କଲବଲ
ଭେଳିକି ଯେତେକ ଭାଇରାଲ
ପର ବୁଦ୍ଧି ଅଟେ ବଡ଼ ବିନାଶକ
ଆପଣା ବିଚାର ସଂସ୍କୃତି ଭଲ ।
ରଖ ବାଡ଼ ହିଡ କ୍ଷେତ ସୁରକ୍ଷିତ
ସୁନାର ଫସଲ ଉପୁଜୁଥିବ
କୀଟ ଓ ପତଙ୍ଗ ପଙ୍ଗପାଳ ଦାଉ
ବିହୁଡା କରମେ ନାଶ ହିଁ ହେବ ।
