STORYMIRROR

Chandrakanta Nayak

Romance

3  

Chandrakanta Nayak

Romance

ତୁମେ ମୋ ଭାବନା

ତୁମେ ମୋ ଭାବନା

1 min
289

ସେଇ ଏକା ମନର ଭାବନା ଭିତରେ

କେବଳ ଯେ ଆସେ ସେ ହିଁ କେବଳ ତୁମେ,

ତୁମେ ଆକାଶର ସନ୍ଧ୍ୟାତାରା ନୁହଁ କି,

ନୁହଁ ମୋ ପାଇଁ ଆକାଶର ଜହ୍ନ ତୁମେ !!

ତୁମେ ମୋ ବାସ୍ତବ ଜୀବନରେ ନିଶ୍ଚିତ

ଏକ ମାଇଲ ଖୁଣ୍ଟ, 

ସେଇଠୁ ଆଗକୁ ବଢିବାର ପ୍ରୟାସ ମାତ୍ର, 

ହେଲେ ପଛକୁ ଫେରିଲେ,

କେବଳ ସଫଳତାର ସବୁ ଶ୍ରେୟ ମିଳିଥାଏ ।

ତୁମେ, ମୋ ମରୁ ଜୀବନରେ ନିର୍ଝରିଣି ଝରଣା,

ତୁମକୁ ନାଁ କେବେ କୋଉଠି ପାଶୋରି ହୁଏ କି ?

ସତରେ ତୁମେ ଏକ ସମାଧାନର ସୂତ୍ର ମାତ୍ର,

'ଯେମିତି ଯେଉଁଠି, ଯେପରି ଯେ କୌଣସି ପ୍ରକାରେ

ଦେଖହୁଏ, ଅନୁଭବ କରିହୁଏ, ନିଜର ଲାଗ,

ଅତି ନିଜର ଏକାନ୍ତ ଆପଣାର, ତୁମେ ମୋର II



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance