ମଙ୍ଗଳମୟ ହେ
ମଙ୍ଗଳମୟ ହେ

1 min

318
ମଙ୍ଗ ମୟ ମୋ ଦୟାର ଠାକୁର ତୁମେ ତ କରୁଣାମୟ !
ତୁମ ନାମରସ ଅମୃତ ପରଶ ବିଶ୍ୱ ହୁଏ ମଧୁମୟ !!
ଅବିରତ ଝରି ପଡୁଛି କରୁଣା କିଏ ମାଗୁ କି ନ ମାଗୁ !
ଥରେ ତୁମ ଆଗେ ଯୋଡିଦେଲେ ହାତ ପୁରି ଯାଏ ଆଶା ସବୁ !!
ଆଶାର ସାଗର ସଦା ଅପୂରଣ କେବେ ପୂର୍ଣ୍ଣ ହୁଏ ନାହିଁ !
ଦିନ କିନ୍ତୁ କଟେ ଭଲରେ ଭଲରେ ତୁମରି ମୁହଁକୁ ଚାହିଁ !!
ତୁମେ ଥରେ ଯେବେ କଣେଇ ଚାହିଁବ ସବୁ ମିଳି ଯାଇଥାଏ !
ମାଗିବା ଆଗରୁ ଅଜାଡି ଦିଅ ହେ ଥରେ ଯିଏ ନାମ ନିଏ !!
କିଛି ଅଭିଯୋଗ କରିବିନି ପ୍ରଭୁ କିଛି ଅଭିମାନ ନାହିଁ !
କେବଳ ସଭିଙ୍କୁ ଦୟା କରିଥିବ ତୁମେ ହେ କମଳା ସାଇଁ !!