ତୁମର ବିକଳ୍ପ ନାହିଁ ହେ ଠାକୁରେ !
ତୁମର ବିକଳ୍ପ ନାହିଁ ହେ ଠାକୁରେ !


ଜଗତରେ ଯଦି ତୁମେ ପରା ଏକମାତ୍ର
ତୁମର ବିକଳ୍ପ ନାହିଁ ହେ
ତଥାପି ତୁମକୁ ପ୍ରତିରୋଧ କରେ ତୁମଠାରୁ ଦୟା ପାଇ ହେ !
ତୁମେ ଗଢିଦେଲ ତୁମେ ଛାଡିଦେଲ
ଦୁନିଆଁର ରାଜଦାଣ୍ଡରେ
ତୁମ ଠାରେ ଯେତେ ପ୍ରତିଶୃତି ଦେଲି
ଆଜି ସବୁ ପାଣିଗାରରେ !
କେମିତି ଏମିତି ଗରବ ବଢିଲା ଦିନେତ ମିଶିବି ମୁଁ ଏଇ ମାଟିରେ
ତଥାପି ଅନେକ କୂଟ କପଟତା ରଖୁଛି ମୋର ଏ ପେଟରେ !
ପର ଶ୍ରୀ ଦେଖୁ ମୋର ଶିର ପିଡା ଛାତି
ଫାଟି ଯାଏ ମୋର
ପ୍ରଶଂସା କରିବା ଚୂଲିମୋ ଯାଉ ନିନ୍ଦା ସଭିଙ୍କୁ କରିବାଟା ସାର !
ମୋ ଠାରୁ ଅଧିକ ଯୋଗ୍ୟତା ବ୍ୟକ୍ତିକୁ
ଘୃଣା କରେ ମନେ ମନେ
ମୋ ପଡୋଶୀ ମୋଠୁ ବିଜ
୍ଞ ହୋଇଥିଲେ
ଗାଳିଦିଏ ପ୍ରତିକ୍ଷଣେ !
ସଭାରେ କହିବା ଯୋଗ୍ୟତା ମୋ ନାହିଁ
ତଥାପି ଖୋଜେ ସମ୍ମାନ
ମରୁଭୂମୀରେ ମୁଁ ଗବଗଛ ଟାଏ
ସେତିକି ପରା ମୋ ଜ୍ଞାନ !
କାଗଜ ବାଘ ମୁଁ ଖୋଳର ଭିତରେ
ଭୀରୁ ଗଧୂଆଟା ଥାଏ
ସୁଯୋଗ ମିଳିଲେ ଖୋଳରୁ ବାହାରି
ଚୋଟ ଗୋଟେ ମାରିଦିଏ !
ମୁଁ ସିନା ମୁରୁଖ ବୋଲାଏ ପଣ୍ଡିତ
ସଂଗୀତେ ସଂଗତ ଡର
ଆସର ଛାଡି ମୁଁ ପଳାୟନ ପନ୍ଥି
ଲୋକଲଜ୍ୟା ନାହିଁ ମୋର !
ପ୍ରଭୁନାମ ପାଇଁ କଣ୍ଠରୋଧ କରେ
ବତେଇ ଶିଖେଇ ଥାଏ
ଚନ୍ଦ୍ରକାନ୍ତ ମୁର୍ଖ ଅଯୋଗ୍ୟ ପଣ୍ଡିତ
ଗରବରେ କଥା କୁହେ !