Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Nayak

Classics

3  

Chandrakanta Nayak

Classics

ତୁମେ ଯଦି କେବେ !

ତୁମେ ଯଦି କେବେ !

1 min
395


ତୁମେ ଯଦି କେବେ ନୀରବି ଯାଅ, 

ତେବେ କେଇଲି କାହିଁକି ଗାଏନି ?

ତୁମେ ଯଦି କେବେ ମଉନ ରୁହ, 

ତେବେ ନୀଳ ଆକାଶ ନିସ୍ତବ୍ଧ ହୁଏ ?

ତୁମେ ଯଦି କେବେ ଆଖୁ ବୁଜି ଦିଅ, 

ତେବେ ପୃଥିବୀ ଟା ହୁଏ ଅନ୍ଧାର !

ତୁମେ ଯଦି କେବେ ଅଳପ ହସ,

ତେବେ ପୃଥ୍ବୀଟା ହୁଏ ଝଲ୍ ମଲ୍ ॥

ତୁମେ ଯଦି କେବେ କଣେଇ ଚହଁ, 

ତେବେ ନଈ ଭୁଲିଯାଏ ତାର ବାଟ !

ଯଦି କେବେ ନିରେଖ୍ ଦେଖ, 

ତେବେ ବରଷା ହୁଅଇ ଅଝଟ !

ତୁମେ ଯଦି କେବେ ତୁଓମ ଠ ଖୋଲ,

ତେବେ କୋଇଲି ଭୁଲେ ତା ଗୀତ !

ତୁମେ ଯଦି କେବେ ଥରେ କାହାଣୀ କୂହ, 

ତେବେ ଚନ୍ଦ୍ରକାନ୍ତ ଲେଖେ ସଂଗୀତ !

ତୁମେ ଯଦି କେବେ ପାଦ ଟି ଥାପ, 

ତେବେ ସାଗରେ ତରଙ୍ଗ ଉଠିଥାଏ !

ତୁମେ ଯଦି କେବେ ଛମକି ଚାଲ, 

ତେବେ ନଈ ଅଙ୍କାବଙ୍କା ହୋଇଯାଏ ।

ତୁମେ ଯଦି କେବେ ତୁମ ପଣତ ଖୋଲ,

ବସନ୍ତ ରୁତୁଟା ଲାଜେ ହଜିଯାଏ !

ତୁମେ ଯଦି କେବେ କଥା କୁହ, 

ସବୁ ଆଶା ମୋର ଫଳବତୀ ହୁଏ !

ତୁମେ ଯଦି କେବେ ମମତା ବାଣ୍ଟ, 

ଅଭାଗା ଏ ସୌଭାଗ୍ୟର ଯାହାହୁଏ ।

ଯଦି କେବେ ମନ ହଜାଅ, 

ସବୁ କେମିତି ମୋର ମନ ହଜି ଯାଏ !

ଥରେ କହିଲ ଖୋଲି କରିଏତିକି ପଚାରେ

ତୁମ ସାଥିରୂ କି ସଂପର୍କ ମୋ ?


Rate this content
Log in

Similar oriya poem from Classics