ସୁଦୟା ମାଗେ
ସୁଦୟା ମାଗେ

1 min

354
ଆକାଶକୁ ଛୁଏଁ ନୀଳଚକ୍ର ନେତ ପତିତ ତାରଣ ଅର୍ଥେ ।
ଯହିଁ ଥିଲେ ତହିଁ ମନ ଭରିଯାଏ ପହଂଚିଲେ ତୋର ତୀର୍ଥେ !!
ସାଗର ତରଙ୍ଗ ଧୋଇଯାଏ ତୋର ଭକତର ସବୁ ପାପ !
ତୋର ନିରିମାଲ୍ୟ ଅଭଡା ଖେଚୁଡି ମିଳେ କରିଥିଲେ ତପ !!
ଚୋ କରୁଣା ଉଣା କେବେ ତ କରିନୁ ଯିଏ ଯେଉଁଠି ଡାକଇ !
ଆପଣା ପଣରେ ନିଜର କରିତୁ ନେଉରେ ତାକୁ କୋଳେଇ !!
ସେତିକି ସୁଦୟା ମାଗୁଥୁବି ତୋତେ ଯୋଡି ମୋର ଦୁଇ ହାତ !
ଜଗତ ମଙ୍ଗଳ ନିମନ୍ତେ କାଳିଆ ତୋ ଆଶ୍ରିତ ଚନ୍ଦ୍ରକାନ୍ତ !!