STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

କିଛି ନାହିଁ ଅନୁଶୋଚନା !

କିଛି ନାହିଁ ଅନୁଶୋଚନା !

1 min
354

ନାହିଁ ମୋର ଅନୁଶୋଚନା ହେ କାଳିଆ... !

ଦୁଃଖ ଯଦି ଦେବ ଦିଅ ଦୀନବନ୍ଧୁ କଲବଲ ଆଉ କରନା ହେ..

ତୋ ବଡଦାଣ୍ଡରେ ସବୁ ସହିବାକୁ ହାତ ଟେକି ଠିଆ ହୋଇଛି ହେ....।

ତୁମ ଭୁଜଛାଇ ମାଗିଥିଲି ହେଲେ ପ୍ରଚଣ୍ଡ ଖରାରେ ଠିଆ କଲ ..

ଯଦି, କନ୍ଦାଇ ମାରିବା ତୁମ ମନେଥିଲା କାହିଁକି ଶ୍ରୀକ୍ଷେତ୍ର ଡକାଇଲ.. ?

ମୁଁ କାନ୍ଦିବାକୁ ପ୍ରସ୍ତୁତ କାଳିଆ ହେଲେ ତୁମେ କୁହ, ସହି ପାରିବତ.. ?

କାଳେ କେଉଁ ଭକ୍ତ ନିବେଦନ ତାର ତୁମ ନିକଟରେ ଯିବ ରହିବ ତ... ?

ମୋ ମନରେ କେବେ ନାହିଁ ଅନୁଚିନ୍ତା ଅବଶୋଷ କିଛି ନାହିଁ କେବେ..

ଏ ଚନ୍ଦ୍ରକାନ୍ତର ଜଣାଣ ଘେନିଛ ତୁମ ଆଗେ ପରା ଅଛି ଏବେ... !

...ଚନ୍ଦ୍ରକାନ୍ତ ନାୟକ, ବୌଦ୍ଧ !


ଭଳିତ ଆଖୁରୁ ଲୁହ ଝରିଗଲେ ତୁମ ହୃଦ ହୁଏ ପରା ଛଟପଟ ... !

ତୁମ ଦରବାର ଖୋଲା ସବୁବେଳେ ପଲକ ଆଖୁରେ ପଡେନାହିଁ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics