STORYMIRROR

Chandrakanta Nayak

Others

3  

Chandrakanta Nayak

Others

ବିବର୍ଣ୍ଣ ପୃଥିବୀ

ବିବର୍ଣ୍ଣ ପୃଥିବୀ

1 min
320

କଳଙ୍କିତ କେବେ ନାୟକ ହୁଏନି,

 ସତ୍ୟ ସନ୍ଧାନି କେବେ ବି ହାରେନି,

ଏଇ ସମାଜ ଆଗରେ !

ଚାଲିଥାଏ ପୁଣି ବାଟ ଏକାଏକା ଅଜଣା ଏକ ରାସ୍ତାରେ !!

ଯେତେ ବି କଳଙ୍କ କାଳିମା 

ବୋଳିଲେ ନାୟକ ହୁଏନା କଳଙ୍କିତ,

ଚାଲୁଛି ଚାଲିବି ଆଗକୁ ଆଗକୁ 

ଅବୁଝା ଅଚିହ୍ନା ଊଦ୍ ବେଳିତ !

 କେବେ ଚାହିଁ ନାହିଁ ତ ପଛକୁ

ଏଇ ମୋର ଯେତେ ଦର୍ଶକ ଅଛନ୍ତି 

ହୃଦୟରେ ତୋଳିଥାନ୍ତି ତାକୁ !!

ତାଳି ଅବା ଫୁଲମାଳି ଦେଇଥାନ୍ତି

ସେଇ ପରା ମୋର ପୁରସ୍କାର,

ଅଭିନୟ ସାରି ଫେରିଗଲେ କିଛି 

ମିଳୁ କି ନ ମିଳୁଜି ଉପହାର !

ଥରେ ପାରିଲେ ଅନ୍ତର ଚିହ୍ନି,

ଅଭିଯୋଗ ମୋର ଅଭିମାନ ନୂହେଁ

ତୁମକୁ ଯା କହାଥିଲି !!

କାହା ପାଖେ ମୋର ନାହିଁ ଅଭିଯୋଗ 

ରଙ୍ଗମଂଚ ମୋର ଜୀବନେ ସୁଯୋଗ,

ମୁହେଁ ରଙ୍ଗବୋଳି ଲୁଚାଏ ମୋ ରଙ୍ଗ,

ମିଳେ କିଛି କରତାଳି !

ଆଗକୁ ବହୁତ ଚାଲିବାର ଅଛି

ଇଏ କି ବା ବାହାଦୁରୀ ??

ମିଳିଛି ତ ମୋତେ ଯେତେ ବାହାଦୁରୀ

କେତେ ମନେ ଅଛି କେତେ ବି ପାଶୋରି,

ସବୁ କୁ ଗୋଟେଇ ନେଇ !

ଆଗକୁ ଚାଲିଛି ନିନ୍ଦା ପ୍ରଶଂସାକୁ କାନ୍ଧରେ ମୁଁ ବୋହୁଥାଇ !!

ବେଳେବେଳେ ସେଇ କଳଙ୍କର ଟିକା 

ପିନ୍ଧିଛି କେବଳ ଭାବିଛି ହାଲୁକା,

କିଏ ମୋତେ କହୁ ନାୟକ !

ଅବା ହୁଏ ପୁଣି ଖଳନାୟକ ମୁଁ

ସବୁ ପରା ଶୂନ ଛକ !!

ସେଇ ପରା ମୋର ଜୀବନେ ବିଜୟ 

ତିଳକ ପିନ୍ଧିଛି ନୁହେଁ ଅସହାୟ,

ଆଶାରେ ଧାଇଁଛି କେତେ,

ମୁଁ ନାୟକ କି ମୁଁ ଖଳ ନାୟକ ଦର୍ଶକେ 

କହିବେ ମୋତେ !!

ମୋ ଦର୍ଶକ ମୋର ନମସ୍ୟ ଶ୍ରୀପୂଜ୍ୟ

ତାଙ୍କ ବ୍ଯତିରେକେ ମୁଁ ତ ଅତି ତୁଛ,

ସବୁ ଶ୍ରେୟ ତାଙ୍କ ପରେ !

ବିବର୍ଣ୍ଣ ପୃଥିବୀ ମୋର ସେ ନିଜର

ମୁଁ ହସେ ପୁଣି ତା ଉପରେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍