STORYMIRROR

Jagannath Barik

Abstract Classics

4  

Jagannath Barik

Abstract Classics

ହଟୁ କରୋନା ଡର

ହଟୁ କରୋନା ଡର

1 min
404

କରୁଣାକର   କରୁଣା କର  ହଟୁ କରୋନା ଡର

ସାରା ରସାର ଦୂରୁଦଶାର   ନାହିଁତ ପଟାନ୍ତର |


ମହା ମାରକ  ରୂପ ଧାରକ  ମାନବେ ଭୟଭୀତ

ଦ୍ଵିତୀୟ ଥର  ସିନ୍ଧୁ ଲହର  ପରାୟ ସଂକ୍ରମିତ |


କୁଷ୍ଠ କର୍କଟ   ଠାରୁ ଉତ୍କଟ  ହରଇ ବଳେ ପ୍ରାଣ

ଧରୁଛି ଯାରେ  ନେଉଛି ତାରେ କବଳୁ ନାହିଁ ତ୍ରାଣ |


ବାୟୁବାହିତ  ଭୂତାଣୁ ଏତ  ଗତି ପ୍ରଖରତର

ଶ୍ୱାସ ମାଧ୍ୟମେ  ଏ ଅତିକ୍ରମେ ଶୁଣିଲେ ଲାଗେ ଡର |


ଲକ୍ଷ ଲକ୍ଷ ତ  ହେଲେଣି ମୃତ ଆକ୍ରାନ୍ତ କୋଟି କୋଟି

ଏ ବିଶ୍ୱସାରା କୋଭିଡି କଳା  ବାଦଲ ଅଛି ଘୋଟି |


ବିଜ୍ଞାନୀ ନର  କଳ କୌଶଳ  ବଳ ଗଲାଣି ହାରି

କେତେ ରୂପରେ ଆସି ଗୁପ୍ତରେ  ସଂକ୍ରମି ଦିଏ ମାରି |


ପ୍ରତିଷେଧକ  ପ୍ରତିକାରକ   ଔଷଧ ଇଞ୍ଜେକସନ

ଯାହା କଲେବି ନିସ୍ତାର ନାହିଁ  ଅଦ୍ଭୁତ ବିଡ଼ମ୍ବନ |


ଉଜୁଡିଯିବ   ମାନବ ଜାତି  ଥରି ଉଠୁଛି ଛାତି

ବିଜ୍ଞାନ ନୁହେଁ ଆଧ୍ୟାତ୍ମିକତା  ଏବେଳେ ଏକା ସାଥି |


ହେ ବିଶ୍ୱ ସ୍ରଷ୍ଟା ବିଶ୍ୱ ନିୟନ୍ତା  ହେ ବଳିଆର ବାହା 

ସୃଷ୍ଟି ତୁମର  କି ନାରଖାର  ଦେଖି ପାରୁନ ଆହା |


କୋଭିଡି ଡରେ ଲୁଚିଛି ଘରେ  ପିନ୍ଧିଛି ନାସାବାସ

ଜଗି ଦୂରତା  ପରିଚ୍ଛନ୍ନତା   ତୋ ପଦ କରି ଆଶ |


ନାହିଁତ ଟଙ୍କା ବସିଛି ଫାଙ୍କା  ହରାଇ ରୋଜଗାର

ହେ ଦୟାମୟ  ହୁଅ ସହାୟ  ଶରଣ ଏକାଧାର |


Rate this content
Log in

Similar oriya poem from Abstract