STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ଦେଶ ପ୍ରେମ

ଦେଶ ପ୍ରେମ

1 min
472

ବାପୁଜୀ ଆମ ଦେଶେ ଜନ୍ମ ନେଲେ,

ଦେଶ ପ୍ରେମ ଥିଲା ବୋଲି ଦେଶ ପାଇଁ ଲଢ଼ିଲେ।


ନେତାଜୀ ଓଡିଶା ମାଟି ରେ ଜନ୍ମ ନେଲେ,

ଆଜଦ୍ ହିନ୍ଦ ଫୌଜ୍ ଗଢି ଦେଶ ପାଇଁ ଲଢ଼ିଲେ।


ରାଣୀ ଲକ୍ଷ୍ମୀବାଈ ନାରୀ ଜାତିର ଗର୍ବ ହୋଇଲେ,

ଦେଶ ପ୍ରେମରେ ଇଂରେଜ ସାଥେ ଲଢ଼ି ଥିଲେ।


ବାଜି ରାଉତ ଶିଶୁ ଟିଏ ହୋଇ ମହାନ ହୋଇଲେ,

ଦେଶ ପ୍ରେମ ପାଇଁ ଇଂରେଜ ସାଥେ ଲଢ଼ି ଜୀବନ ଦେଲେ।


ବକ୍ସି ଜଗବନ୍ଧୁ ସହିଦ ହୋଇ ରହିଲେ,

ଦେଶ ପ୍ରେମ ପାଇଁ ଆଗକୁ ଆସି ଲଢ଼ିଲେ।


ଜୟୀ ରାଜ ଗୁରୁ ଆଜି ମନେ ପଡନ୍ତି,

ଦେଶ ପ୍ରେମ ପାଇଁ ନିଜକୁ ସମର୍ପି ଦେଇ ଛନ୍ତି।


ବୀର ସୁରେନ୍ଦ୍ର ସାଏ ଓଡିଶାର ସୁପୁତ୍ର୍ ହୋଇ ରହିଲେ,

ଦେଶ ପ୍ରେମ ପାଇଁ ଅନ୍ୟାୟ ର ପ୍ରତିବାଦ କଲେ।


ଗୋପ ବନ୍ଧୁ ଦେଶ ସେବା ଏମିତି କରି ଗଲେ,

ଦେଶ ପ୍ରେମ ପାଇଁ ମିଶୁ ମୋର ଦେହ ଏ ଦେଶ ମାଟିରେ କହି ଥିଲେ।


ଦେଶ ପ୍ରେମ ପାଇଁ କେତେ ମହା ପୁରୁଷ ଆମ ଦେଶେ ଅମର ହୋଇଲେ,

ଦେଶ ପ୍ରେମ କରି ଦେଶ ପାଇଁ ଲଢ଼ି ଦେଶ କୁ ସ୍ୱାଧୀନ କଲେ।


ଆମେ ଆମ ଜନ୍ମ ମାଟି କୁ ଏମିତି ଭଲ ପାଇବା,

ଦେଶ ପ୍ରେମ ମନ ରେ ରଖି ଦେଶ ପାଇଁ ନିଜ କର୍ତ୍ତବ୍ଯ କରିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics