Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics

4  

Jagannath Barik

Classics

ହେମନ୍ତ ହେମାଙ୍ଗିନୀ

ହେମନ୍ତ ହେମାଙ୍ଗିନୀ

1 min
562


କାକର ବୋଝଗୋଟି ପିଠିରେ ବହି

ହେମନ୍ତ ହେମାଙ୍ଗିନୀ ଓହ୍ଲାଏ ମହୀ |


ହିମ ଅଚଳୁ ଆଣେ ହିମ ଅନିଳ

ଶିଶିର ମୁକ୍ତା ଢାଳେ ଅବନୀ ଶିର |


ମଳିନ ହୁଏ ଖରକର କିରଣ

ଶୀତ ସନ୍ତାପେ ଡରି ଦକ୍ଷିଣାୟନ |


କେଦାରେ ପକ୍ୱଧାନ କ୍ଷେତ ଶୋଭନ

ସୁବର୍ଣ୍ଣ ଜିଣି କାନ୍ତି କି ବିମୋହନ |


ଶାରଦା ଅନ୍ନପୂର୍ଣ୍ଣା ଧରଣୀ ପରେ

ବିଜୟ ପୂର୍ଣ୍ଣ କୁମ୍ଭ ଧରି କକ୍ଷରେ |


ଆନନ୍ଦେ ବିହ୍ଵଳିତ ହୁଏ କୃଷକ

ସାଧନା ଫଳ ଲଭି ଯଥା ସାଧକ |


ଅନଳ ଆତପରେ ବଢ଼େ ଆଦର

ଜଳରେ ପଶିବାକୁ ଲାଗିଲା ଡର |


କାର୍ତ୍ତିକ ମାର୍ଗଶିର ଧରମ ମାସ

ସାତ୍ତ୍ୱିକ ସ୍ନାନ ଭୋଜ୍ୟ ବ୍ରତ ଉପାସ |


ଭାଗବତ ପଠନ ଦେବ ଅର୍ଚ୍ଚନ

ପଞ୍ଚୁକ ହବିଷ୍ୟାନ୍ନ ନିଶା ପାଳନ |


ଚଉରା ମୂଳେ ବୃନ୍ଦାବତୀ ପୂଜନ

ଗୃହେ ମନ୍ଦିରେ ଶଙ୍ଖ ଧ୍ଵନି ପାବନ |


ମହାଲକ୍ଷ୍ମୀଙ୍କ ମାଣବସା ପରବ

ସରସୀ ତୁଠେ ପୂଜି ରାଇ ମାଧବ |


ମାସକଯାକ ଆମିଷର ବର୍ଜନ

କରନ୍ତି ସାଧ୍ୟମତେ ପୁଣ୍ୟ ଅର୍ଜନ |


ସ୍ୱାଗତ ହିମ ଋତୁ ସୁଖ ପ୍ରଦାୟୀ

ଅଭାବ କଷଣକୁ ଦିଅ ଏଡ଼ାଇ |


Rate this content
Log in

Similar oriya poem from Classics