STORYMIRROR

Dr Ganeswar Jena

Classics

4  

Dr Ganeswar Jena

Classics

ବର୍ଷା ତୁମେ ଫେରିଯାଅ

ବର୍ଷା ତୁମେ ଫେରିଯାଅ

1 min
455


ବର୍ଷା

କୁଆଁରୀ ମନର ଜୋଛନା

ନା ପ୍ରେମିକା ଆଖିର ଛଳନା

କେବେ ସୃଷ୍ଟି କରେ ମୟୂରୀର ନୃତ୍ୟ

ମେଘ ମଲ୍ଲାର ସ୍ୱରେ

ଇନ୍ଦ୍ରଧନୁର ଗୀତ ଗାଏ

ଚଷା ପୁଅର ଉଚ୍ଛଳିତ ଧ୍ୱନିରେ 

କେବେ ହୁଏ ସେ କବିତାର ପାଖୁଡା

କବିର ବିରହ ବେଦନାରେ

କିବା ପ୍ରେମୀଙ୍କ ଶୃଙ୍ଗାର ରସରେ

ଝରକା ସେ କଡେ ନୃତ୍ୟ କରେ 

ପ୍ରେୟସୀଙ୍କ ଆଲିଙ୍ଗନରେ

ମେଦିନୀର ବୁକୁ ଚିରି ସବୁଜିମା ଭରେ 

କିବା ବହି ଯାଇ ନିଜେ ହଜି ଯାଏ 

ସାଗର ବୁକୁରେ ।


ନିଝୁମ ରାତିରେ ଯେବେ ମୁଁ ଉଠେ ବିଳିପି

ଜହ୍ନ ଆଉ ତାରାଙ୍କୁ ସାକ୍ଷୀ କରି

ମେଞ୍ଚାଏ କୋହକୁ ଛାତିରେ ଚିପୁଡି ଧରି

ଦୁନ୍ଦୁଭି ଯେବେ ବାଜି ଉଠେ  

କାନେ ପୁଣି ଭେଦିଯାଏ ରଣ ତୁରୀ 

ନିଦ ଏଠି ହଜିଯାଏ, ଖଣ୍ଡି ଖଣ୍ଡି ସ୍ୱପ୍ନ ସବୁ ଭାସିଯାଏ

ଶ୍ରାବଣ ଏଠି ବୁକୁ ଚିରି ବହିଯାଏ 

ଦୁଇ ଧାରା ହେଇ ମୋ ଆଖି କଣରୁ

ଏଠି ତ କେବଳ ମେଞ୍ଚା ମେଞ୍ଚା ବେଦନା

ଆଉ ଯାତନା

ଶ୍ରାବଣ ତୁମେ ଆଉ କେବେ ଆସନା

ବର୍ଷା ତୁମେ ଫେରିଯାଅ ନା ।


କାହା ପାଇଁ ତୁମେ ହେଇପାର ଅମୃତ ଧାରା

ମୋ ପାଇଁ କିନ୍ତୁ ଅସରନ୍ତି ବେଦନା ଭରା 

ମୋ ଆଖିରେ ତ ଖାଲି ଖୁନ୍ଦି ହେଇଛି

ଶ୍ରାବଣର ଧାରା

ଆଉ ଗୋଟେ ଶ୍ରାବଣ ଏଠି ଅଲୋଡ଼ା

ନିଃସଙ୍ଗତାର ଜୀବନ

ମୋତେ ଟିକେ ଛାଡିଦିଅ ଏକା

ମୁଁ ପୁଣି କଥାହେବି ଏକୁଟିଆ

ମୋ ସାଥେ ଥିବେ ମୋର ଜହ୍ନ ଆଉ ତାରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics