STORYMIRROR

Panchanan Jena

Romance

4  

Panchanan Jena

Romance

ସଂସାର ସରଣୀ

ସଂସାର ସରଣୀ

1 min
19


ଅଜାଣତେ ଯେବେ 

ଅନୁରାଗ ବେଗେ

ସ୍ନେହ ବୋଧେ ଗଜୁରେ ଅଙ୍କୁରେ


ଅଲକ୍ଷ୍ୟରେ ଯେବେ

ପ୍ରେମରାଗ ମାଗେ

ଭଲ ପାଇବା ବୋଧେ ମନରେ ମୁକୁରେ


ଅଳ୍ପ ଅଳ୍ପ ଗଳ୍ପ ଯେବେ

ବନ୍ଧୁ-ବାନ୍ଧବୀ ଜାଗେ

ପ୍ରେମରୋଗ ବୋଧେ ଅନ୍ତରେ ଆତ୍ମାରେ


ଭାବନା କଳ୍ପନାରେ ଯେବେ

ଆକ୍ତାମାକ୍ତା ଡୁବେ

ନିଆଁ ବୋଧେ ଲାଗିଛି କୁମ୍ଭରେ ସମ୍ଭାରେ


କାମନା ବାସନାରେ ଯେବେ

ରତିକ୍ରୀଡ଼ା ଦ୍ଭାବେ

ମିଳନ ବୋଧେ ମୁଣ୍ଡରେ ମଗଜରେ


ସକାଳ ସଞ୍ଜରେ ଯେବେ

ମଲ୍ଲୀଫୁଲିଆ ଆବେଗେ

ଯୌବନ ବୋଧେ ମଜାରେ ମସ୍ତିରେ


ଶୟନେ ସପନେ ଯେବେ

ରୋମାଣ୍ଟିକ୍ ଦାଗେ

ଦାଣ୍ଡ ଦୁଲୁକିବ ବୋଧେ ଲଗନେ ମଗନେ 


ଅନୁରଣିତ ଭାବନାର ସୃଷ୍ଟି

ଅନୁସରିତ କାମନାର ଫେଣ୍ଟାପେଣ୍ଟି

ବଢୁଥାଏ କମୁଥାଏ

ଚଢୁଥାଏ ଛିଡ଼ୁଥାଏ

ସଂସାର ସରଣୀ ବୋଧେ ଅସରା ଅଫେରା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance