STORYMIRROR

Panchanan Jena

Romance

4  

Panchanan Jena

Romance

ହେବି ଆତ୍ମହରା

ହେବି ଆତ୍ମହରା

1 min
6

କବିତା - ହେବି ଆତ୍ମହରା

ରଚନା - ପଞ୍ଚାନନ ଜେନା

ତାରିଖ -୨୧-୦୧-୨୦୨୪


କଥାରେ କହନ୍ତି

ଆଶା ଅସରନ୍ତି

ଇଚ୍ଛା ବି ତଦୃପ

କଥନ କରନ୍ତି 

ସରୁ ନ ଥିବା ଇଚ୍ଛା

ପୁରୁ ନ ଥିବା ବାଞ୍ଛା

ଶୂନ୍ୟହୀନ ବସ୍ତା ଅବନ୍ତୀ

ଖୋଲା ମେଲା କୀମ୍ବଦନ୍ତୀ

ଉଡି ବୁଲୁଥାଏ ଆପଣାଛାଏଁ

ସୀମାହୀନ ଆଶା ଆକାଶର 

ଛାତି ଚିରି ଏମୁଣ୍ଡ ସେମୁଣ୍ଡ ଡିଏଁ

ସୁକୁମାରୀ କନକକାନ୍ତୀ ।


ମାତ୍ର ବିଡ଼ମ୍ବନା ବିଧିର

ବିଧାନ ନିଷ୍ଠୁର ଭାଗ୍ୟର

ମନଟା ନିରବି ଗୁମୁରୁ ଥାଏ

ପଞ୍ଜୁରୀ ଭିତରେ ଶାରୀ

ହେଲେ ଇଚ୍ଛା ସୁକୁମାରୀ କୁଆଁରୀ

ମୁକ୍ତ ଆକାଶର ଅଗଣା ଚିରି

ମୁକ୍ତ ସ୍ଵାଧିନ ବିହଙ୍ଗ ପରି 

ଘୁରୁଥାଏ ଗୀତ ଗାଇ ପେଟ ପୁରି ।


ଇଚ୍ଛା ବି ଏମିତି ଜାଗେ

ଶୀତ ସକାଳର କାକର ଚାଦର

ଗଙ୍ଗଶିଉଳି ମଭଳି ବିଛେଇ ପଡିଛି

ଗାଲିଚା ସୁନ୍ଦର

ତୁମ କବରୀ କୁସୁମ ସଜେଇବି ଆଗେ

କୁଣ୍ଡେଇ ବାନ୍ଧିବି ଜୁଡ଼ା ସରାଗେ ବାଗେ ।


ଇଚ୍ଛା ବି ଏମିତି ହୁଏ 

ମାଘ ମାସରେ କଅଁଳ ଖରା

ରଙ୍ଗ ବେରଙ୍ଗ ପ୍ରଜାପତି ଦିଅନ୍ତିନି ଧରା

ସୋରିଷ କ୍ଷେତରେ ମହଣ ମହଣ

 ହଳଦି ଗୁରୁଗୁରୁ ପାଖୁଡ଼ା ପରା

ତା' ଠାରୁ କମନୀୟ ତୁମ 

ସର ଲବଣୀ ମଖା ଅଙ୍ଗଲତା ଗୋରା

ଛୁଇଁବି କୋଳେଇବି କୁଣ୍ଢେଇ କୁଣ୍ଢେଇ

 ହେବି ଆତ୍ମହରା ।


ଇଚ୍ଛା ବି ଆସେ ଆଜ୍ଞା ଆପଣେ

କୁତୁକୁତୁ କରେ ଜନ୍ତୁ ପରାଣେ

ସଞ୍ଜ ନଇଁଗଲେ ଚଉରା ମୂଳେ

ଜହ୍ନ ଉଙ୍କିମାରେ ପ୍ରାଚି ଗଗନ ଚୂଳେ

ତା'ର ଲାଜୁଆ ହସରେ ଦୁଷ୍ଟ ଇଶାରା 

ବସେଇ ଉଠେଇ ଦେବନି ରାତି ସାରା

ତୁମ ଓଠକୁ ଆସ୍ତେ ଚୁମିବାକୁ 

ଚୁମ୍ବନ ଛାପରେ ମୁରୁଜ ଆଙ୍କିବାକୁ

ପାଖରେ ବସିଲେ ଶୋଇଲେ ବାରମ୍ଵାର ହାଣେ ।


ଇଚ୍ଛା ବି ଅନେକ ଅମୂଳକ

ଅନିଚ୍ଛା ବି ଅନନ୍ତ ତତୋ8ଧିକ

ସନ୍ତୁଳି ହୁଏ ବିଚରା ଅବୁଝା ମନ

ବାଭଳି କାଭଳି ହୁଏ ଅମାନିଆ ଚୈତନ ଗୋଟାପଣେ ହୁଏ ଛଟ ପଟ

ନୀର ବିନା ମାଛ ପରି ସରି

 ଦିଶେନା କାହାକୁ ନିସ୍କାମ ନିସ୍କପଟ ।


ରାତି ଆସୁନି କାହିଁକି କେଜାଣି ବିଭାବରୀ

ମୋବାଇଲ୍‌ ଚିପିବାରେ ମନ ଲାଗୁନି କାମେଶ୍ଵରୀ

ନିରୋଳା ପ୍ରହରେ ରେଜାଇ ଭିତରେ

ରମଣ କରନ୍ତି ଭ୍ରମଣ କରନ୍ତି

ଆପାଦ ମସ୍ତକ ତନୁ ବଲ୍ଲରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance