STORYMIRROR

Sanjya Tripathy

Romance

4  

Sanjya Tripathy

Romance

କାବ୍ୟ ନାୟିକା

କାବ୍ୟ ନାୟିକା

1 min
10


ପ୍ରେୟସୀ ଗୋ ତୁମେ ବଂଶୀର ସୁର ଚଂଦ୍ରଲୋକର ମାୟା

ବର୍ଷା ସଜଳା ବନବୀଥ୍କାର ସୁଗ୍‌ଧ ସବୁଜ ଛାୟା

ନିବିଡ ନିବିଡ ନୟନ ଯୁଗଳ ସତେ କି ପଦ୍ମକଳି

ସେମିତି ଦୁଇଟି ତୀବ୍ର ତାରକା ସେହିଭଳି ସେଇ ଭଳି ।

ବର୍ତ୍ତୁଳ ତୁମ ବକ୍ଷ ବଂଧନୀ ଐଶ୍ଚର୍ଯ୍ୟରେ ଭରା

ପାଟଳ ଓଠରେ ହସର ପାଖୁଡା ମଧୁଭରା ମଧୁଝରା

ଲଜ୍ଜା ଆନିତ ମୁହଁର ମୁଦ୍ରା ଶୃଗାର ଭରା ଠାଣି

ବୀଣା ନିକ୍କଣ ସିଂଦେ ଗୋ ତୁମ କଂଠର ସୁରବାଣୀ ।

ବିଧାତାର ତୁମେ ଶିଳ୍ପ ଚାତୁରୀ ନିଖୁଣ ଶିଳ୍ପକଳା

ମୋହିନୀ ଅଂଗେ ହୋଇଛି ସତେ କି ତରଳ ଜ୍ୟୋସ୍ନା ଢଳା

ପରଶେ ତୁମେ ପୁଷ୍ପବିଳାସ ନିଃଶ୍ୱାସେ ତୁମ ମଧୁ

ସତେ ଅବା ତୁମେ ଅପାପବିଦ୍ଧା ଅଧୀର ବାଳିକାବଧୂ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance