କାବ୍ୟ ନାୟିକା
କାବ୍ୟ ନାୟିକା
ପ୍ରେୟସୀ ଗୋ ତୁମେ ବଂଶୀର ସୁର ଚଂଦ୍ରଲୋକର ମାୟା
ବର୍ଷା ସଜଳା ବନବୀଥ୍କାର ସୁଗ୍ଧ ସବୁଜ ଛାୟା
ନିବିଡ ନିବିଡ ନୟନ ଯୁଗଳ ସତେ କି ପଦ୍ମକଳି
ସେମିତି ଦୁଇଟି ତୀବ୍ର ତାରକା ସେହିଭଳି ସେଇ ଭଳି ।
ବର୍ତ୍ତୁଳ ତୁମ ବକ୍ଷ ବଂଧନୀ ଐଶ୍ଚର୍ଯ୍ୟରେ ଭରା
ପାଟଳ ଓଠରେ ହସର ପାଖୁଡା ମଧୁଭରା ମଧୁଝରା
ଲଜ୍ଜା ଆନିତ ମୁହଁର ମୁଦ୍ରା ଶୃଗାର ଭରା ଠାଣି
ବୀଣା ନିକ୍କଣ ସିଂଦେ ଗୋ ତୁମ କଂଠର ସୁରବାଣୀ ।
ବିଧାତାର ତୁମେ ଶିଳ୍ପ ଚାତୁରୀ ନିଖୁଣ ଶିଳ୍ପକଳା
ମୋହିନୀ ଅଂଗେ ହୋଇଛି ସତେ କି ତରଳ ଜ୍ୟୋସ୍ନା ଢଳା
ପରଶେ ତୁମେ ପୁଷ୍ପବିଳାସ ନିଃଶ୍ୱାସେ ତୁମ ମଧୁ
ସତେ ଅବା ତୁମେ ଅପାପବିଦ୍ଧା ଅଧୀର ବାଳିକାବଧୂ ।।