ତୁମେ ତ ରହିଛ ହୃଦୟରେ ମୋର
ତୁମେ ତ ରହିଛ ହୃଦୟରେ ମୋର
ତୁମେ ତ ରହିଛ ହୃଦୟରେ ମୋର
ରହିଛ ଅସ୍ଥି ମଜ୍ଜାରେ
ତୁମରି ପରଶ ଅମୋଦିତ କରେ
ମିଠା ମିଠା ସପନରେ
ତୁମେ ହିଁ ସାଜିଛ ନୀଳ ପରୀଟିଏ
ମୋ ମନ ନୀଳ ଗଗନେ
ଶୟନ ରେ ତୁମେ ସ୍ୱପନରେ ତୁମେ
ଦିବା ନିଶି ପ୍ରତି କ୍ଷଣେ
ତୁମ ଛବି ନାଚେ ଆଖିରେ ମୋହର
ତୁମ ରୂପ ଦେଖା ଯାଏ
ତୁମରି ଓଠର ଫିକା ଫିକା ହସ
ମନରେ ଆନନ୍ଦ ଦିଏ
ତୁମରି ଆଖିର ତେରେଚ୍ଛା ଚାହାଣି
ହୃଦୟକୁ ଦିଏ ହାଣି
ମିଠା ମିଠା ତୁମ କଥା କେଇପଦ
ମନକୁ ନେଉଛି କିଣି
ଯେଉଁଠି ବସିଲେ ଯୁଆଡକୁ ଗଲେ
ଦିଶେ ତୁମ ହସ ମୁହଁ
ଯେତେକ ସୁନ୍ଦରୀ ଦେଖିଛି ଜୀବନେ
କେହି ତୁମ ସରି ନୁହଁ
ତୁମ ପାଖେ ତୁଚ୍ଛ ଧନ ରତ୍ନ ସବୁ
ମିଳେନା ଆନନ୍ଦ ତହିଁ
ତୁମରି ମୁଖ କୁ ଯେତେ ଦେଖିଲେବି
ଆଖି ତୃଷ୍ଣା ମେଣ୍ଟୁ ନାହିଁ
ମନେ ମନେ ଭାବେ ତୁମ ପାଶେ ପାଶେ
ରହିଥିବି ରାତି ଦିନ
ନିତି ଦେଖୁଥିବି ଚନ୍ଦ୍ରମା ବଦନ
ତୃପତ ହୁଅନ୍ତା ମନ
ଜାଣି ପାରେ ନାହିଁ କାହିଁକି କେଜାଣି
ଏ ମନ ତୁମକୁ ଖୋଜେ
ତୁମ ବୀଣା ଜିଣା କଣ୍ଠ ର ସଙ୍ଗୀତ
ହୃଦୟରେ ଆସି ବାଜେ
ଜ୍ଞାତ ରେ ହେଉ କି ଅ ଜ୍ଞାତ ରେ ହେଉ
ପାଇଛି ତୁମକୁ ଭଲ
ତୁମ ମନ କଥା ଖୋଲି କହିବକି
ପାଉଛ କି ନାହିଁ ଭଲ

