STORYMIRROR

Panchanan Jena

Romance

4  

Panchanan Jena

Romance

ବଚନାମୃତ

ବଚନାମୃତ

1 min
15


କୁହୁକ ବୋଳି କଥାରେ

ମୁରୁକି ହସ ଅଧରେ

ମହକ ମାରୁଥାଏ ଡିଆଁ

ଯେମିତି ମିଠା ମୁସୁ ମୁସୁ

ମକର ସଂକ୍ରାନ୍ତିର ତିଳ ମୁଆଁ ।


ତୁମ କେଇପଦ ଶବ୍ଦ ଯାଦୁରେ

ଛାର ଲୁହା କଣ୍ଟା ପରି

ଟାଣି ହୋଇ ଯାଏ ଆପଣାଛାଏଁ

ତୁମ ଚୁମ୍ବକୀୟ କ୍ଷେତ୍ର ଆଡକୁ

ବାଣୀ ସରଣୀରେ ସରଣ ଦିଅ ହେ

ବନ୍ଦିନୀ କରି ନିଅ

ବାହୁ ବେହରଣ ମଝିରେ 

ତୁମ ନିଆଁ କନିଆଁର ରାଣ ରହିଲା

ହେ ଦଶାବତାର ଦାରୁ ଦେବତା ଦିଅଁ l


ତୁମର ମିଶ୍ରିବୋଳା ସପ୍ତପଦୀ ଶୁଣି

ସବୁ ରାଗରୋଷା 

ସବୁ ଅଭିମାନ ବିରହ ବ୍ୟଥା

କୁଆଡେ ପାଣି ଫୋଟକା ପରି

ଛୁ-ମନ୍ତର ମାଗିଲେଣି ମେଲାଣୀ

ପାଶୋରୀ ଗଲେଣି

ସତରେ ଶବ୍ଦ ହିଁ ଔଷଧ

ମୋ ପାଇଁ ସୁଧାନିଧି

ବଦଳୁଥିବା ପାଣିପାଗ ପରି

ମୋ ଚଞ୍ଚଳ ମନ ପାଇଁ ମନ୍ତ୍ରଷୌଧି ।


ତୁମ ହାତ ଲେଖା ଚିଟାଉ

ମୋବାଇଲ ମ୍ୟାସେଜ୍‌ ବାର୍ତ୍ତା ହେଉ

ଅଡିଓ କ୍କିପ୍ ଥରେ ଅଧେ କହୁ

ସାପୁଆ କେଳାର ବଶୀକରଣ ମନ୍ତ୍ର ପରି

ଅଭିମନ୍ତ୍ରିତ ଅଭିଯନ୍ତ୍ରିତ ହୋଇ

ବାରମ୍ଵାର ପଢୁଥାଏ ଶୁଣୁଥାଏ

ଓଠ ଏଗୁଣ୍ଡିରେ ମଲ୍ଲି ହସ ଫୁଟେଇ

ସବୁ କାମ ଚାରିଗୁଣା ଉତ୍ସାହରେ

ଗୁଣୁଗୁଣେଇ କରୁଥାଏ

ତୁମ ଛବି ଦର୍ଶନ ଯେ ମିଳୁଥାଏ ।


ପଙ୍କଚର୍ ପରେ ରବର ଟିଉବ୍ ବି

ଶୋଇ ପଡେ ମଉଳି ଝାଉଁଳି

ପେଚ୍ ପରେ ପରେ

ପବନ କେଇ ଢୋକ ପେଟରେ ପଶିଗଲେ

ପୁଣି ଠିଆ ହୁଏ ଶିଙ୍ଗଝାଡି

ହସି ଉଠେ ଗର୍ବରେ ପର୍ବରେ

ମାଡିଯିବ ସବୁ ଖାଲ ଖମା ଆଉଁଳି ଯାଉଁଳି


ମୋ ଅବସ୍ଥା ବି ଅସମ୍ଭାଳ

କହି ପାରେନା 

ଶବ୍ଦ-ପଦ-ଭାବ ଲଗେଇ ଯୋଡେଇ

ଶନିବାର ଆସୁ ଆସୁ

ଚାହିଁ ରହିଥାଏ ଖାଲି ଅସ୍ତାଚଳ 

ମୋବାଇଲ୍‌ ର ଚକ୍ରବାଳ 

ତୁମ ଯାଦୁବୋଳା କଥା କେଇପଦ

ଶୁଣିବାକୁ ବଚନା ମୃତ

ଖୋଳା ମେଲା ରଖିଛି 

ଅନ୍ତର ଦୁଆର

ମୁହିଁ ଶ୍ରୀରାଧା

ନଟ ନାଗର ପାଇଁ ପୂରା ଗୋପପୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance