STORYMIRROR

Gitanjali Pujapanda

Romance Classics

3  

Gitanjali Pujapanda

Romance Classics

ଅଭୁଲା ସେ ମୁହୂର୍ତ୍ତ କିଛି

ଅଭୁଲା ସେ ମୁହୂର୍ତ୍ତ କିଛି

1 min
129

ଅଭୁଲା ସେ  ମୁହୂର୍ତ୍ତ କିଛି ତୁମ

ସହିତ ବିତେଇ ସାରି ଆଜି ମୁଁ

ହଜିଯାଏ ପୁଣି ଥରେ ସେହି ରୂପାଲି 

ଜହ୍ନ ରାଇଜେ।

ତୁମ ହାତ ଧରି ଏକ ଅଲଗା ଦୁନିଆଁ 

ର ସମ୍ମୋହନରେ ।

ଯେଉଁଠି ଥିବ ପ୍ରେମ ପ୍ରେମ ପ୍ରେମ

ଖାଲି ପ୍ରେମ, ନ ଥିବ ରାଗରୁଷା ପ୍ରତାରଣାର

ଭିଜା ବର୍ଷା ,କି ଅହମିକାର ତେଜ ବାୟୁ,

ସେଠି ତୁମ ସାଥେ ଘର କରି ବିତି ଯାଉ 

ମୋ ଜୀବନର ବାକି ଥିବା ଆୟୁ।

ଅଭୁଲା ହେଉ ସବୁ ମୁହୂର୍ତ୍ତ ତୁମ ସାନିଧ୍ୟର

ଶୀତଳ ଭାବ ବର୍ଷାରେ ଆଖି ମୋର 

ହଜିଯାଉ ରଙ୍ଗିନ ସ୍ବପ୍ନର ସେହି କୁହୁକ

ବୁଣା ରାସ୍ତାରେ ଯେଉଁଠି ପ୍ରତ୍ୟେକ ଶବ୍ଦ

ମିଶି ଏକ ସ୍ୱରରେ ପ୍ରେମ ର ରାଗିଣୀ ଗାଉ।

ମନ ମୟୂର ପରି ନାଚି ଯାଉ 

ପ୍ରେମ ବର୍ଷାର ରିମଝିମ ସ୍ୱରେ।

ଅଭୁଲା ହେଉ ପ୍ରତି ଟି ମୁହୂର୍ତ୍ତ ତୁମ ପ୍ରେମରେ 

ତୁମ ପ୍ରେମରେ ତୁମ ପ୍ରେମରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance