STORYMIRROR

linki barik

Romance

3  

linki barik

Romance

ପ୍ରେମିକା

ପ୍ରେମିକା

1 min
158

ବିପିନ କେଶ ତା ମୋହିନୀଏ ମନ 

ନୟନେ ତା ନିହିତ ମୋ ବିଶାଳ ଭୁବନ।।


ସଦ ଗୁଣେ ପୂରିତ ରୂପ ରଙ୍ଗ ରାଜି 

ଦର୍ଶନେ ତା ନେତ୍ର ମୋ ଯାଏ ହଜି।।


ଅଳସୀ ଆଖିରେ ତା କଜ୍ଜଳର ଗାର 

ହୃଦୟ ଡୋରିକୁ ଚୋରି କଲା ମୋର।।


କଅଁଳ କୋମଳ ଲୋଚନ ତା ଅବ୍ଜ ରୂପୀ

ସତେ ଅବା ବୋହି ଯାଉଥିବା ପୟସ୍ଵିନୀ

ଆଦିତେୟ ଭବେ ନର୍ତ୍ତକୀଠୁ ବଳୀ

ରାଗିଣୀ ପ୍ରିୟା ମୋ ଭାରି ଅଭିମାନୀ।।


ଡ଼ାକି ଥରେ ଦେଖ ମାରି ହୃଦେ ହାତ 

ଧାଇଁ ଆସି ପଦେ ଲୋଟିଯିବ ଏ ନାଥ।।


ସ୍ପର୍ଶ ପାଇଁ ତୁମ ମନ ମୋ ଆକୁଳ 

ଅମାନିଆ ଏ ମଧୁର ସ୍ୱପ୍ନ ଭାବନା ବ୍ୟାକୁଳ।।


ଥରେ ଶୁଣିଯାଅ ଆସି ଦେଖିଯାଅ ନକରି କାଳବିଳମ୍ବ 

ଚାହିଁ ତୁମ୍ଭ ବାଟ ମୋର ପ୍ରାଣ ଘାଟ ନଯାଉ ଚାଲି ଏ ସମ୍ଭାବ୍ୟ।।


ନେତ୍ରରେ ତାର ବହେ ତରଙ୍ଗିଣୀ

ସତେ ଅବା ସେ ସାଗର ସଙ୍ଗିନୀ 

କପାଳେ ବିନ୍ଦି ସତେ ଅବା ରାଗର ରାଗିଣୀ

ଅପରୂପ ରୂପମାଧୂର୍ଯ୍ୟ ସେ ମନମୋହିନୀ।।


ଓଷ୍ଠ ତାର ସତେ ତାମ୍ବୁଳ ଲେପା 

ଶୁଭ୍ର ସ୍ୱରୂପଣି ସେ ରୂପ ସ୍ୱରୂପା।।


ଅଳସି ଆଖି ତା ବିରୂପା ନଦୀ 

ତୀକ୍ଷ୍ଣ ନାସାମଣୀ ସତେ ଅବା କଛୁ ଧାରାବି।।


ମୁଖମଣ୍ଡଳ କହେ ଚନ୍ଦ୍ରମା ଇନ୍ଦୁ 

ମୋ ପ୍ରଣୟପ୍ରିତୀର ସେ ଅଟେ ସିନ୍ଧୁ।।


ମନମୋହିନୀ ସେ ଲାବଣ୍ୟବତୀ

ହୃଦୟକାନ୍ତ ଭାଵନାଚନ୍ଦ୍ର

ପୀରତି ଭୂଧର ପ୍ରଣୟ ମରୁତ

ଆଶ୍ଚର୍ଯ୍ୟମୟ ସେ ରୂପ ଆଚମ୍ବିତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance