STORYMIRROR

linki barik

Others

3  

linki barik

Others

ବଳକା ରାତିର ସ୍ବପ୍ନ

ବଳକା ରାତିର ସ୍ବପ୍ନ

1 min
122

ବିଗତ ସ୍ବପ୍ନର ଅଙ୍କୁରୋଦ୍ଗମ୍ ହେଉଥିବା ସମୟରେ

ଧସେଇ ପଶି ଆସିଲା ଧାରେ ଆଲୁଅ,

କେଜାଣି ବନ୍ଦ ଥିବା ଝରକା ଟିକୁ

କିଏ ଖୋଲି ଦେଇ ଗଲା !

ପବନର ଚପଳ ତରଙ୍ଗରେ 

ଚାଦର ଅସ୍ତିର ହେଵାକୁ ଲାଗିଲା।

ପବନକୁ ବେଖାତିର୍ କରି ବେପରୁଆ ଢଙ୍ଗରେ

ଶୋଇ ରହିଲି ମୁଁ ନିସ୍ତବ୍ଧ ହୋଇ,

ଆଖି ପଲକେ ନାଚି ଉଠିଲା

କିଛି ଢେଉ ଢେଉକା ଉର୍ମିମାଳା,

ପୁଣି ଦେଖାଗଲା

କିଛି ଦୂରରୁ ମତେ ଚାହିଁ ମୁରୁକି ହସୁଛି

ସେଇ ସୁନା ହରିଣୀ,

ସେଇ ଢଳ ଢଳ ଆଖି

ଯେମିତି କେଉଁ ରୂପନଗରୀର ମୋହକାରିଣୀ,

ଏଇ କ୍ଷଣେ ମୋହି ନେଇ ଯାଇ

ଚଳୁ କରିଦେବ ମୋତେ,

ଧାରେ ଧାରେ କଜଳ ଲେପିଛି

କଜଳ ସିନା କଳା ରଙ୍ଗର

କିନ୍ତୁ ତା ଆଖି କଥା କହୁଛି

ରକ୍ତିମ ନାଲି ରଙ୍ଗର କଥା,

ପୁଣି ଆଉ ଏକ ସଂଗତିର ରୀତି

ଯେମିତି କେଉଁ ଗୋପନଗରୀର ରୋପ୍ୟଧାତୁ

ଚମକି ଉଠୁଛି ଟିକେ ଆଲୁଅ ପାଇ

ଇଏ କଣ ସେଇ!

ଗତ ରାତିରେ ଯିଏ ମୋତେ ମୋହି ନେଇଥିଲା

କେଉଁ ଏକ ଅଜଣା ନଗରୀକୁ!

ମୁଁ ବି ନିରୀହ ନିଷ୍ପାପ ଶିଶୁ ପରି

ଧାଇଁ ଯାଇଥିଲି ତା ପଛେ ପଛେ!..

କହାର ସେ ଆଖି ?

କିଏ ସେ କାମିନୀ ?

ମୋ ମନର ଭ୍ରମ

ନା ମୋ ବଳକା ରାତିର ସ୍ବପ୍ନ

ଯିଏ ନିରୁଧିଷ୍ଟ ଦିଗରେ ଗତି କରୁଛି

କିଛି ଅଭିଲିପ୍ସା ନେଇ,

ନା ପୁଣି ସେଇ ଅଦୃଷ୍ଟ ଅନଙ୍ଗ

ଆସିଛି ମୋତେ ମୋହି ନେବା ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍