STORYMIRROR

linki barik

Classics Inspirational

3  

linki barik

Classics Inspirational

ଜୀବନ

ଜୀବନ

1 min
209

ତୁମେ କଣ ପଚାରୁଛ ଜୀବନ କଣ

ଥରେ ଭାବି ଦେଖିଲ

ଅଙ୍କୁରୋଦଗମ୍ ସମୟରେ

ପରସ୍ପରକୁ ନିବାଡ ଅଙ୍ଗମିଳନ କରି

ନୂତନ କାନଭାସରେ

ଚିତ୍ର ଆଙ୍କୁଥିବା ପତ୍ର ଗୁଡ଼ିକ

କଣ ଜୀବନର ସୂଚନା ଦିଅନ୍ତିନି କି ?

ସେଇଠୁ ବୋଧେ 

ଆଉ ଗୋଟିଏ ପୃଷ୍ଠା କଡ ଲେଉଟାଏ

ନିସର୍ତ୍ତ ନୀରବତା ଭାଙ୍ଗି

ଉତୁରା ଆଲୋକ ଦେଖେଇ

ଆଉ ଏକ ସୂର୍ଯ୍ୟ ଉଦୀୟମାନ ହୁଏ।

ବର୍ତ୍ତମାନ ଆଉ ଭବିଷ୍ୟତର ଉପବନରେ ତ

ଭାଗବଣ୍ଟା ଅତୀତ 

ଫଗୁକ୍ରିଡ଼ା କରିଥାଏ।

ୟାକୁ ହିଁ ତ କୁହନ୍ତି ଜୀବନ।


ଥରେ କଣେଇ ଚାହିଁଲ 

ସେ ଜଡ ପତ୍ର ଦୁଇଟିକୁ

ଦେଖିବ ତୁମକୁ 

ପୁରୁଣା ଇତିହାସ ଫର୍ଦ୍ଦର ପ୍ରତିଶ୍ରୁତି ଦେଖା ଯିବନି। 

ଦେଖାଯିବ ଓଲଟ ଗତିରେ 

ଉଦୀୟମାନ ହେଇଥିବା ବିଜୟର ଛତ୍ରି

ସଫଳତାର ଦୁନ୍ଦୁଭିରେ

ପ୍ରକମ୍ପିତ ହେଉଥିବ ଅବନୀ।


ସେତେବେଳେ ତୁମକୁ ସମୟ ନୁହେଁ, 

ତୁମେ ସମୟକୁ ପୋଷା ମନେଇ ସାରିଥିବ

ହଁ ଲେଉଟି ଆସି ପାରେ ଅତୀତ

ପୁନରାବୃତ୍ତି ହୋଇପାରେ ପୁରୁଣା ଇତିହାସ

କିନ୍ତୁ ସେତେବେଳକୁ ତୁମେ 

ଜଳରେ ଭାସମାନ ଅବସ୍ଥାରେ ପରିଦୃଶ୍ୟ

ଜାହ୍ନ ଛାଇକୁ,

ପାଛୋଟି ଆଣି ସାରିଥିବ

ନିଜ ଭଙ୍ଗା କୁଡିଆକୁ

ୟାକୁ ହିଁ ତ କୁହନ୍ତି ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics