STORYMIRROR

linki barik

Tragedy Fantasy Others

3  

linki barik

Tragedy Fantasy Others

ସ୍ବପ୍ନର କାନଭାସରେ

ସ୍ବପ୍ନର କାନଭାସରେ

1 min
165

ତନ୍ଦ୍ରାବିମୋହିତ ଚକ୍ଷୁ ରଚି ଚାଲିଥାଏ

ନିର୍ଜନ ପ୍ରହରେ

ସାତରଙ୍ଗକୁ ତୋଳି ଧରି,

ସେ କାନଭାସର ରଣହୁଙ୍କାରରେ ହେଉ

ବା ରଙ୍ଗତୂଳୀର ଆର୍ତ୍ତରଡ଼ିରେ ହେଉ,

କୋଳାହଳ ଆବାହନରେ ହେଉ

ବା ବାକରୁଦ୍ଧର ନିର୍ବାସିତରେ ହେଉ,

ଅସ୍ତିତ୍ବର ନିନ୍ଦାବାଦରେ ହେଉ 

ବା ଭବିଷ୍ୟତର ବ୍ୟାପୃତକରଣରେ ହେଉ

ବାସ୍ ତନ୍ଦ୍ରାଳସେ ସେ ଆଙ୍କିଚାଲେ..... ଆଙ୍କିଚାଲେ.....ସ୍ୱପ୍ନର କାନଭାସରେ….।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy