ସ୍ବପ୍ନର କାନଭାସରେ
ସ୍ବପ୍ନର କାନଭାସରେ


ତନ୍ଦ୍ରାବିମୋହିତ ଚକ୍ଷୁ ରଚି ଚାଲିଥାଏ
ନିର୍ଜନ ପ୍ରହରେ
ସାତରଙ୍ଗକୁ ତୋଳି ଧରି,
ସେ କାନଭାସର ରଣହୁଙ୍କାରରେ ହେଉ
ବା ରଙ୍ଗତୂଳୀର ଆର୍ତ୍ତରଡ଼ିରେ ହେଉ,
କୋଳାହଳ ଆବାହନରେ ହେଉ
ବା ବାକରୁଦ୍ଧର ନିର୍ବାସିତରେ ହେଉ,
ଅସ୍ତିତ୍ବର ନିନ୍ଦାବାଦରେ ହେଉ
ବା ଭବିଷ୍ୟତର ବ୍ୟାପୃତକରଣରେ ହେଉ
ବାସ୍ ତନ୍ଦ୍ରାଳସେ ସେ ଆଙ୍କିଚାଲେ..... ଆଙ୍କିଚାଲେ.....ସ୍ୱପ୍ନର କାନଭାସରେ….।