STORYMIRROR

linki barik

Others

3.4  

linki barik

Others

ଅସ୍ଥିର ଭାଵନା

ଅସ୍ଥିର ଭାଵନା

1 min
202

ବେଳେବେଳେ ମନ ଝରକା ଡେଇଁ

ଧସେଇ ପଛେ କିଛି ସ୍ମୃତି ଅନାବନା

ନାଚି ଉଠେ କିଛି ଢେଉ ଢେଉକା ଉର୍ମିମାଳା,

ନୁହେଁ ଆରାଧନା କି ନୁହେଁ ଉପାସନା

ଶାନ୍ତ ସମୟର ସେ କିଛି ଅସ୍ଥିର ଭାବନା।


ସେଇ ଭାବନା ପୁଣିଥରେ ଉଣ୍ଡାଳି ବସେ

ପୁରୁଣା ଡାଏରୀର ପ୍ରଥମ ପୃଷ୍ଠାରେ ଥିବା

ରଙ୍ଗହୀନ ମଉଳା ଗୋଲାପର ବାସକୁ

ବାସି ମଉଳା ଗୋଲପରୁ ବାସ ପାଏ କି ନା ମୁଁ ଜାଣେନା ।


ମନ କିନ୍ତୁ ଅଦ୍ଭୁତ ଏକ ତୃପ୍ତି ଲାଭ କରେ

ପୁଣି ପଢି ଚାଲେ ସବୁ ପୃଷ୍ଠା ଶେଷରେ ଲେଖା ଥିବା ସେଇ ତିନୋଟି ଶବ୍ଦକୁ ,

କେଜାଣି କଣ ମିଳେ ତାକୁ !


ମାତ୍ର ତିନୋଟି ଶବ୍ଦର ସମୀକ୍ଷା କରୁ କରୁ କେତେବେଳେ ନିଜେ ଶବ୍ଦମାନଙ୍କ ଅନୁସରଣ କଲା ସେ ନିଜେ ହିଁ ଜାଣିପାରିଲା ନାହିଁ,

କେତେବେଳେ ଯେ ଶବ୍ଦମାନେ ତା ଚାରି ପାଖରେ ଘୁରି ବୁଲିଲେ ତାର ବିନା ଅନୁମତି ସତ୍ତ୍ୱେ,

ଭାବିଲା ବେଳକୁ ସବୁ ଇତିବୃତ୍ତ ନୂଆ ନୂଆ ଲାଗୁଛି

ସବୁ ରଙ୍ଗ ପଛରେ ଧୂସର ରଙ୍ଗର

ଏକ ପରଦା ଦୃଶ୍ୟମାନ ହେଉଛି।


କେବେ ଆସନ୍ତ କି ତମେ ଅତଳ ସମୁଦ୍ର ମଧ୍ୟରୁ ଫେରି

ତୁମର ଝଲକ ଦେଖି ସାରିବା ପରେ

ପୁଣି ଫେରି ଯାଆନ୍ତ ତୁମେ ତୁମ ଗନ୍ତବ୍ୟସ୍ଥଳକୁ

ଆଉ ମୁଁ ଅନୁଭଵ କରନ୍ତି ମୋ ଅବଶିଷ୍ଟ ଅବଶୋଷକୁ।


ହଁ ବେଳେବେଳେ ମନ ଝରକା ଡେଇଁ

ଧସେଇ ପଛେ କିଛି ସ୍ମୃତି ଅନାବନା

ନାଚି ଉଠେ କିଛି ଢେଉ ଢେଉକା ଉର୍ମିମାଳା,

ନୁହେଁ ଆରାଧନା କି ନୁହେଁ ଉପାସନା

ଶାନ୍ତ ସମୟର ସେ କିଛି ଅସ୍ଥିର ଭାବନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍