ପ୍ରିୟା ଗୋ ତୁମେ
ପ୍ରିୟା ଗୋ ତୁମେ


ପ୍ରିୟା ଗୋ ତୁମେ ପାଗଳ କରିପାର
ପାଉଁଜି ରୁଣୁଝୁଣୁ ରେ
ଯୋଜନ ଯୋଜନ ଦୂରୁ ସେ ଶବଦ
ଭାସି ଆସେ ପବନରେ।
ମୁଁ ଅନ୍ୟମନସ୍କ ହୁଏ
ପାହାନ୍ତିଆ ସପନର ନାୟିକାକୁ
ପାଇବାକୁ ଝୁରୁଥାଏ।
ପ୍ରିୟା ଗୋ ତୁମ ହସ ଫିକା ଜୀବନେ
ଖୁସିର ରଙ୍ଗ ଭରଇ
ଛାଡିଯିବନି କେବେ ହାତ ମୋହର
ଲୁହ ଉପହାର ଦେଇ।
ସାଜି ହୃଦୟ ସ୍ପନ୍ଦନ
ଶେଷନିଃଶ୍ୱାସ ଯାଏ ସାଥିରେ ଥାଅ
ତୁମକୁ ମୋ ରାଣ।
ପ୍ରିୟା ଗୋ ତୁମ ହଳଦୀମଖା ଦେହ
ମୋ ଠୁଁ ମୋତେ କରେ ଚୋରି
ଯେତେ ଥର ଦେଖେ ଫେରେନି ନଜର
ସତେ ସରଗ ଅପ୍ସରୀ ।
ଚେହେରାର ଝଲକରେ
ଭିଜୁଥାଏ ହଜୁଥାଏ ଦେହ ମନ
ଲାଜଭରା ଚାହାଣୀରେ ।
ପ୍ରିୟା ଗୋ ତୁମ ମାନ ଅଭିମାନରେ
ରାଗରୁଷାରେ ମୁଁ ଝୁମେ
ମୋ ଭାବନାରେ ଆଉ କେହିବି ନାହିଁ
ରଙ୍ଗିଯାଏ ତୁମ ପ୍ରେମେ ।
ତୁମେ ପା ନୀଳନୟନା
ନିତି ସପନେ ଦିଅ ମିଠା ଦରଜ
ପାରେନି କରି ବର୍ଣ୍ଣନା ।