STORYMIRROR

janmajaya nayak

Romance

3  

janmajaya nayak

Romance

ପ୍ରିୟା ଗୋ ତୁମେ

ପ୍ରିୟା ଗୋ ତୁମେ

1 min
218

ପ୍ରିୟା ଗୋ ତୁମେ ପାଗଳ କରିପାର

ପାଉଁଜି ରୁଣୁଝୁଣୁ ରେ  

ଯୋଜନ ଯୋଜନ ଦୂରୁ ସେ ଶବଦ

ଭାସି ଆସେ ପବନରେ। 

ମୁଁ ଅନ୍ୟମନସ୍କ ହୁଏ 

ପାହାନ୍ତିଆ ସପନର ନାୟିକାକୁ 

ପାଇବାକୁ ଝୁରୁଥାଏ। 


ପ୍ରିୟା ଗୋ ତୁମ ହସ ଫିକା ଜୀବନେ

ଖୁସିର ରଙ୍ଗ ଭରଇ  

ଛାଡିଯିବନି କେବେ ହାତ ମୋହର

ଲୁହ ଉପହାର ଦେଇ। 

ସାଜି ହୃଦୟ ସ୍ପନ୍ଦନ 

ଶେଷନିଃଶ୍ୱାସ ଯାଏ ସାଥିରେ ଥାଅ

ତୁମକୁ ମୋ ରାଣ। 


ପ୍ରିୟା ଗୋ ତୁମ ହଳଦୀମଖା ଦେହ

ମୋ ଠୁଁ ମୋତେ କରେ ଚୋରି  

ଯେତେ ଥର ଦେଖେ ଫେରେନି ନଜର

ସତେ ସରଗ ଅପ୍ସରୀ ।

ଚେହେରାର ଝଲକରେ 

ଭିଜୁଥାଏ ହଜୁଥାଏ ଦେହ ମନ 

ଲାଜଭରା ଚାହାଣୀରେ ।


ପ୍ରିୟା ଗୋ ତୁମ ମାନ ଅଭିମାନରେ

ରାଗରୁଷାରେ ମୁଁ ଝୁମେ 

ମୋ ଭାବନାରେ ଆଉ କେହିବି ନାହିଁ 

ରଙ୍ଗିଯାଏ ତୁମ ପ୍ରେମେ ।

ତୁମେ ପା ନୀଳନୟନା

ନିତି ସପନେ ଦିଅ ମିଠା ଦରଜ

ପାରେନି କରି ବର୍ଣ୍ଣନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance