ମିଛେଇ ପ୍ରିୟତମା
ମିଛେଇ ପ୍ରିୟତମା


ଭାଙ୍ଗିଦେଲୁ ପ୍ରେମର ବାଇଆ ବସା,
ମନେ ଭରିଦେଇଥିଲୁ ମିଛ ଆଶା।
ବିଶ୍ୱାସ ବଦଳେ ଦେଇ ପ୍ରତାରଣା ,
ମୋ ପ୍ରେମକୁ କରିଲୁ ତୁ ବାଟବଣା ।
ପର କଲୁ ମଥାରେ ପିନ୍ଧି ସିନ୍ଦୂର ,
କ୍ଷଣିକରେ ଛିଡେଇ ସେନେହ ଡୋର।
ଆଉ କାହା ପାଇଁ ପୂଜି ବୃନ୍ଦାବତୀ,
ସୁଖେ ବିତଉଛୁ ତୁହି ଦିନରାତି ।
ଅଜଣାରୁ ସାଜିଲୁ ତୁ ଆପଣାର,
ହୃଦୟକୁ କିଣି କରିଲୁ ତୁ ଘର।
ମିଛ ସଂପର୍କ ଯୋଡି ଭୁଲିଲୁ ସିନା।
ତୋ ଭିତରେ ହଜି ଭୁଲିଲି ଠିକଣା ।
ପଥର ତୋ ହୃଦୟ ତୁ ଦେଲୁ ଧୋକା,
ଲୁହର ଶ୍ରାବଣେ ମୁଁ ଭିଜୁଛି ଏକା ।
ସପନର ନୀଡ ଗଲା ଲୋ ଉଜୁଡି ,
ମୋତେ ଏକା କରି ଗଲୁ ତୁହି ଛାଡି।
ହାରିଗଲି ପ୍ରେମଯୁଦ୍ଧେ ଆଜି ସିନା,
ଅସ୍ତିତ୍ୱ ନାହିଁଲୋ ପ୍ରିୟା ମୋର ତୋ ବିନା ।
ଯେତେ ଦୁଃଖ ଦେଲୁ ନାହିଁ ତାର ସୀମା ,
ଭୁଲିଗଲୁ ତୁ ମିଛେଇ ପ୍ରିୟତମା ।