STORYMIRROR

Pratima Satpathy

Romance

4  

Pratima Satpathy

Romance

ବିବାହ

ବିବାହ

1 min
378


ବିବାହ ଯେ ଏକ ପବିତ୍ର ବନ୍ଧନ

    ଅଟେ ମନୁଷ୍ୟ ଙ୍କ ପାଇଁ

ବେଦୀରେ ବ୍ରାହ୍ମଣ, ଅଗ୍ନି ସାକ୍ଷୀ ରଖି 

    ସାତ କଳସ ବସଇ।

ଶଙ୍ଖା,ସିନ୍ଦୁର କୁ ପିନ୍ଧି ଝିଅଟିଏ

   ବୋହୂ ପାଲଟିଣ ଯାଏ

ଦୁଇଜଣ ଙ୍କର ମନ ର ମିଳନ

   ଦୁଇ ଆତ୍ମା ଏକ ହୁଏ।

ଗୋଟିଏ ଟଙ୍କା ର ଦୁଇ ପାର୍ଶ୍ୱ ହୋଇ

   ସୁଖରେ କାଟନ୍ତି ଦିନ

 ବଞ୍ଚିଥିବା ଯାଏଁ ଜଣେ ହେଲେ ପିଣ୍ଡ

    ଅନ୍ୟ ଜଣେ ଅଟେ ପ୍ରାଣ ।

ବିବାହ ବନ୍ଧନେ ବାନ୍ଧି ହେଲେ ମିଳେ 

     ସାମାଜିକ ପରିଚୟ

ଜୀବନ ସାଥୀ ଟି ପାଶେ ରହିଥିଲେ

   ନ ଥାଏ କାହାକୁ ଭୟ।

ବିପଦ, ଆପଦ,ହସ, ଲୁହ, ସୁଖ

    ଦୁଃଖ କୁ ସାମ୍ନା କରନ୍ତି

ଜୀବନ ର ତରୀ ସଂସାର ସାଗରେ

   ଖୁସିରେ ଚଳାଇଥାନ୍ତି।

ବୈଦିକ ମତରେ ବିବାହ ହୁଅଇ

   ପୁଣି ରେଜିଷ୍ଟି ବିବାହ

ମନ୍ଦିର ରେ ଦେବତାଙ୍କୁ ସାକ୍ଷୀ ରଖି 

   ହୁଏ ମାଳା ବିନିମୟ।

ପରସ୍ପର ପ୍ରତି ଭଲପାଇବା ଟା

   ରହିଥିଲେ ଜୀବନ ରେ

ସୁଖ ର ସଂସାର ଗଢଇ ମନୁଷ୍ୟ

    ଦିନ ଯାଏ ଆନନ୍ଦରେ।

ସ୍ନେହ,ଶ୍ରଦ୍ଧା,ପ୍ରେମ, ଆଉ ମମତା ର

    ବନ୍ଧନ ଅଟେ ବିବାହ

ଅଶାନ୍ତି ରେ ଯଦି ଦିନ କଟୁଥାଏ

   ହୋଇଯାଏ ବିଷମୟ।

ଘର ଟି ଅଟଇ ସରଗ ଠୁ ବଡ଼

   ଖୁସିର ଲହରୀ ଖେଳେ

ରାଗ ହିଂସା, ଦ୍ୱେଷ, ରହିଲେ ଜୀବନେ

    ଅଶାନ୍ତି ର ବହ୍ନି ଜଳେ।

ପବିତ୍ର ବନ୍ଧନେ କଳଙ୍କ ର ଟୀକା

   ଲଗାଅନି କେବେ କେହି

ବିବାହ କରିଣ ଖୁସିରେ ରୁହ ହେ

   ଯେତେ ମୋ ଭଉଣୀ, ଭାଇ।


Rate this content
Log in

Similar oriya poem from Romance