STORYMIRROR

CHINMAYEE PRADHAN

Romance Classics Inspirational

4  

CHINMAYEE PRADHAN

Romance Classics Inspirational

ତୁମ କାନର ଝୁମୁକା

ତୁମ କାନର ଝୁମୁକା

1 min
276

ମନ ନେଲା କିଣି ପାରିଲିନି ଜାଣି

ତୁମ କାନର ଝୁମୁକା,

ହେ ବନ ହରିଣୀ ମୋ ମନ ମାନିନୀ

ଦୂର କର ମୋର ଶଙ୍କା।


କୋଉଠୁ ଆଣିଲ ଏମିତି ଝୁମୁକା

ଖଞ୍ଜା ହୀରା ଲୀଳା ମୋତି,

ଅମୂଲ୍ୟ ସମ୍ପଦ ପାଇଛି ସତେ ମୁଁ

ରଖିଛି ତାକୁ ସାଇତି।


ପାଶେ ନାହଁ ତୁମେ ତୁମ ବିରହରେ

ତାକୁ ମୁଁ ଦେଖଇ ନିତି,

ତାର ଦରଶନେ ତୃପ୍ତି ମୋର ମନେ

ଦେଖିଲେ ମିଳଇ ଶାନ୍ତି।


ଗଢିଛି କିଏ ସେ କାରିଗର ସତେ

ତାକୁ ଏତେ ଯତନରେ,

କୋଟିଏ ଐଶ୍ୱର୍ଯ୍ୟ ଭରି ତ ଦେଇଛି

ପରିପୂର୍ଣ୍ଣ ସୌନ୍ଦର୍ଯ୍ୟରେ।


ଇନ୍ଦ୍ର ପତ୍ନୀ ଶଚୀ ଈର୍ଷା ବି କରନ୍ତି

ଦେଖି ତୋ କାନ ଝୁମୁକା,

ତାଙ୍କ କୁଣ୍ଡଳର ଶୋଭା ବି ସତେ କି

ପଡ଼ି ଯାଏ କାଳେ ଫିକା।


ରମ୍ଭା ମେନକା ବି ଲାଜରେ ଲୁଚାନ୍ତି

କର୍ଣ୍ଣ ତାଙ୍କ ଓଢ଼ଣାରେ,

ଅପରୂପ କାନ୍ତି ଭରି ତ ରହିଛି

ସତେ ତୋର ଝୁମୁକାରେ।


ସେଇ ଝୁମୁକା ତ ଚୁମୁଥିଲା ଦିନେ

ଗୋଲାପି ଗାଲକୁ ତୁମ,

ସେଇ ଛୁଆଁ ସତେ ଆଜି ବି ରହିଛି

 ଚୁମେ ମୁଁ ଭ୍ରମର ସମ।


ତୁମ ସ୍ପର୍ଶ କରିପାରେ ଅନୁଭବ

ତାକୁ ଯେବେ ସ୍ପର୍ଶ କରେ,

ଶିହରଣ ଖେଳି ଯାଏ ଦେହେ ମୋର

ମନେ ମୋ ପୁଲକ ଭରେ।


ଭାଗ୍ୟବାନ ମୁହିଁ ମଣୁଛି ନିଜକୁ

ପାଇଛି ସାନିଧ୍ୟ ତାର,

ରଖିବି ସାଇତି ଚିରଦିନ ତାକୁ

କରିବିନି କେବେ ଦୂର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance