STORYMIRROR

CHINMAYEE PRADHAN

Tragedy Classics Others

4  

CHINMAYEE PRADHAN

Tragedy Classics Others

ଅନ୍ତହୀନ ଅପେକ୍ଷା

ଅନ୍ତହୀନ ଅପେକ୍ଷା

1 min
342


ଅଗୁରୁ ଚନ୍ଦନ ପକାଇ ଲିପିଛି

  ଅଗଣା ମୋ ଯତନରେ,

ଆସିବ ବୋଲିକି ତୁମେ ମହାପ୍ରଭୁ

  ଅନେଇଛି ଆତୁରରେ।


ଅସୁମାରୀ ଆଶା ଲହଡ଼ି ଖେଳୁଛି

  ଅସରନ୍ତି ସ୍ବପ୍ନ ନେଇ,

ଅଗଣ୍ୟ ଭକ୍ତର‌ ଆବେଗକୁ ବୁଝି

  ଆସିବ ମୋ ଘରେ ଧାଇଁ।


ଅବିଭାଜ୍ୟ ଏଇ ଜୀବନ ର ଅଙ୍କ

  ଅନନ୍ତ ତା ଭାଗଶେଷ,

ଅମୀମାସିଂତ ଏ ଅବୋଧ୍ୟ ଗଣିତ 

   ଆସି କରିଦିଅ ଶେଷ।


ଅକରମା ସିନା ଅଟଇ ଯେ ମୁହିଁ 

  ଅକରୁଣ ତୁମେ ନୁହେଁ,

ଅଭିମାନୀ ତୁମ ଅନୁରାଗ ପାଇଁ 

   ଅନୁଭବ ଅନୁଗ୍ରହେ।


ଅବସାଦ ମୋର ମନୁ କର ଦୂର 

   ଅଭିପ୍ରାୟ ପୂର୍ଣ୍ଣ କର,

 ଅକୁପାର ତୁମେ ଅଟ କରୁଣାର

   ଅତୁଟ ବିଶ୍ୱାସ ମୋର।


ଅଜଣା ଅଲୋଡ଼ା ଅଟେ ଶରୀରଟା

  ଅବିନଶ୍ବର ତ ଆତ୍ମା,

ଅନିଶ୍ଚିତ ଅଟେ ଭବିଷ୍ୟତ ପୁଣି 

  ଅନନ୍ତ ଅଟଇ ଆଶା।


ଅକଥ୍ୟ ଅଟଇ ଅନ୍ତରର କୋହ

  ଅମାପ ନୁହେଁ ମୋ ଧୈର୍ଯ୍ୟ,

ଅନ୍ତହୀନ ଏଇ ଅପେକ୍ଷାର ପ୍ରଭୁ

  ଅନ୍ତ କର କଳା ସୂର୍ଯ୍ୟ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy