STORYMIRROR

CHINMAYEE PRADHAN

Action Inspirational

4  

CHINMAYEE PRADHAN

Action Inspirational

ଡରିବି କାହିଁ

ଡରିବି କାହିଁ

1 min
16

 


ମରି ମରି ନିତି ବଞ୍ଚିବି କିଆଁ ମୁଁ 

   ମରଣକୁ ଡରି ଡରି,

ମରଣଟା ଅଟେ ସୁନିଶ୍ଚିତ ପରା

   ଛିଡିଯିବ ଦିନେ ଡୋରି।


ମହଲରେ ଅବା ମହାକାଶେ ଥିଲେ 

   ମରଣ କି ଆସିବନି,

ମହାତପି ଅବା ମହାପାପି ହେଉ

   ଯମ କେବେ ଛାଡିବନି।


ମୁଁ ହିଁ ତ କରୁଛି ସବୁର ମୁଁ କର୍ତ୍ତା 

    ବୃଥା ଅଭିମାନ ଖାଲି,

ମୋର ମୋର କହି ଯେତେ ବି ରଖିଲେ 

    ସବୁ ଯିବ ଦିନେ ଚାଲି।


ମତେ କେହି ଦୁଃଖ ଦିଅନ୍ତି ନାହିଁ ତ

    ଦିଅନ୍ତିନି କେହି ସୁଖ,

ଅନ୍ୟ ଦୁଃଖ ଦେଲା ଅବା ସୁଖ ଦେଲା 

    ବିଚାରନ୍ତି ଖାଲି ମୂର୍ଖ।


ମୋ ଆଖିରେ ଯେବେ ପଡ଼ିବ ଅନ୍ୟାୟ 

  ବିରୋଧ କରିବି ତାକୁ,

ମର୍ତ୍ତ୍ୟଧାମେ ଅଛି ନ୍ୟାୟରେ ରହିବି

   ଆଚରି ଧର୍ମ ପଥକୁ।


ମୁଁ ଜାଣିଛି କେତେ ଆସିବ ଯେ ବାଧା 

   ସତ୍ୟର ପଥରେ ଗଲେ,

ଡରି ନାହିଁ କେବେ ଡରିବି ନାହିଁ ଟି

   ମରଣ ବି ଆସିଗଲେ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action