STORYMIRROR

CHINMAYEE PRADHAN

Tragedy Classics Children

4  

CHINMAYEE PRADHAN

Tragedy Classics Children

ତୋର ମୋର କଟି

ତୋର ମୋର କଟି

1 min
366


ତୋର ମୋର କଟି କାଳିଆରେ 

ତୋର ମୋର କଟି,

ଜାଣିନାହିଁ ମୁଁ କେବେ ହେବ

ତୋ ସାଥିରେ ମିଟି।(୨)


ବଡ଼ ଛଳିଆ ତୁ ରେ କାଳିଆ 

ଦେଖେଇ ହେଉ ଭୋଲାଭାଲିଆ,

ଜାଣିଛି ମୁଁ ତୁ ଭାରି କପଟି।


ତୋର ମୋର କଟି କାଳିଆରେ....


ଅଧାଗଢ଼ା ରେ ରହିଲୁ କିଆଁ 

ଗୋଡ଼ ନାହିଁ ତୋ ହାତ ଖଣ୍ଡିଆ,

ବୋଲାଉ ପୁଣି ମହାବାହୁ ଟି।


ତୋର ମୋର କଟି କାଳିଆରେ ।


ଦୁଃଖିଟିଏ ତ ପାଉନି ରାହା

କେତେବେଳେ ତୁ ହେବୁରେ ସାହା,

ତୁ ପରା ଅଟୁ ଜଗନ୍ନାଥଟି।


ତୋର ମୋର କଟି କାଳିଆରେ ।


ଆରେ ରେ ମୋର ଚକାଡୋଳିଆ

ଭାବିଥିଲି ତୁ ବନ୍ଧୁ ଭଳିଆ ,

ଦୁଃଖ ଦେଖି ତୁ ହସୁ ଦରୋଟି।


ତୋର ମୋର କଟି କାଳିଆରେ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy