STORYMIRROR

CHINMAYEE PRADHAN

Romance Tragedy Others

4  

CHINMAYEE PRADHAN

Romance Tragedy Others

ତୁମେ କ'ଣ ଫେରିବ!!!

ତୁମେ କ'ଣ ଫେରିବ!!!

1 min
407

 ଗ୍ରୀଷ୍ମର ଝାଞ୍ଜିରେ ତା'ର ଡ଼ହ ଡ଼ହ ତାତିରେ, ସୁପ୍ତ ଝରର ଶୀତଳତା ନେଇ ତୁମେ କ'ଣ ଫେରିବ ଏଇ ଶୁଷ୍କ ମରୁରେ। ରିମ୍ ଝିମ୍ ବର୍ଷାର ସୁରେ ସିକ୍ତ ଶ୍ରାବଣର ଧାରାରେ , ବନ୍ୟ ଯୂଥିର ସୁଗନ୍ଧ ନେଇ ତୁମେ କ'ଣ ଫେରିବ ଏଇ ଉଷ୍ଣ ମନରେ। ଶରତର ସାହାନାଇରେ କାଶତଣ୍ଡିର ହସରେ, ଶୁଭ୍ର ଶୋଭିତ ଆଭା ନେଇ ତୁମେ କ'ଣ ଫେରିବ ଏଇ ମନ ମନ୍ଦିରେ। ହେମନ୍ତର ହିମକାକରେ ସ୍ଵର୍ଣ୍ଣ ଶୀର୍ଷ ଧାନରେ , ସୁନା କଳସୀ ହସ୍ତେ ନେଇ ତୁମେ କ'ଣ ଫେରିବ ଏଇ ଦରିଦ୍ର କୁଟିରେ। ଶୀତ ସକାଳର ଅଳସେ ସୋରିଷ ଫୁଲର ହସେ, କମ୍ବଳର ଉଷ୍ଣତାକୁ ନେଇ ତୁମେ କ'ଣ ଫେରିବ ଏଇ ଥରୁଥିବା ବକ୍ଷରେ। ବସନ୍ତର ଆଗମନେ କୋଇଲିର କୁହୁତାନେ, ନବ ବଉଳର ବାସ ନେଇ ତୁମେ କ'ଣ ଫେରିବ ଏଇ ଆମ୍ର କାନନେ। ମୁହଁ ଅନ୍ଧାର ସଞ୍ଜରେ ମଧୁମାଳତୀର ଗନ୍ଧରେ, କୃଷ୍ଣ କୁନ୍ତଳ କେଶକୁ ସଜେଇ ତୁମେ କ'ଣ ଫେରିବ ଏଇ ମାଟିର ଦୁଆରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance