STORYMIRROR

Samar Ballav Bhoi

Abstract Romance Inspirational

4  

Samar Ballav Bhoi

Abstract Romance Inspirational

ଭିଜା ଶ୍ରାବଣରେ ମୋ ମୌନାବତୀ

ଭିଜା ଶ୍ରାବଣରେ ମୋ ମୌନାବତୀ

1 min
157


ଭିଜା ଶ୍ରାବଣର ଭିଜା ଭିଜା ମନ

ପ୍ରିୟା ପାଇଁ ଆଣେ ଅନେକ ସପନ

ମୋ ପ୍ରିୟା ମୌନାବତୀର ମନ

ଦେଖିବାକୁ ଅପେକ୍ଷାରେ ଭିଜା ଶ୍ରାବଣ।। 


ଶ୍ରାବଣର ରିମ୍ ଝିମ୍ ବର୍ଷାରେ 

କେଜାଣି କେଉଁ ହୃଦୟ ବେଳାରେ

ଜୀବନ ର ମାନସାଙ୍କ ବଦଳିଯାଏ

ଛନ୍ଦି ହୋଇପଡେ ପ୍ରେମର କୋଳରେ।।


ମୌନାବତୀ ତୁମ ଲାଜୁଆ ହସରେ

ଶ୍ରାବଣ ବି ଲୁଚି ଲୁଚି ହସୁଥାଏ

ଛିଣ୍ଡା ଛିଣ୍ଡା ସ୍ବପ୍ନ ସବୁ ଯୋଡ଼ି ଯାଏ

ମୋ ଭାବନାର ପ୍ରତିଟି ପ୍ରାନ୍ତରେ।।


ଶ୍ରାବଣ ର ବର୍ଷା ବି ଈର୍ଷା କରେ

ମୌନାବତୀର ନୀଳ ନୟନେ

ଝରୁଥିବା ପ୍ରେମର ଝରଣାରେ

ଶ୍ରାବଣ ବି ଥାଏ ଅପେକ୍ଷାରେ।।


ଭିଜା ଶ୍ରାବଣେ ମନ ଭିଜି ଗଲେ

ଅଭୁଲା ଅତୀତ ସ୍ମୃତି ହୋଇ ଝରେ

ମୌନାବତୀ ଝୁରୁଥାଏ ଶ୍ରାବଣ ବର୍ଷାରେ

ଅତୀତର ସ୍ମୃତି ଉଙ୍କିମାରେ ହୃଦୟରେ।।


ମୌନାବତୀର ଖିଲି ଖିଲି ହସରେ

ଶ୍ରାବଣ ବି ଇପ୍ସିତ କ୍ରୋଧ କରେ 

କେବେ ପୁଣି ହଜିଯାଏ ଲାଲି ଲାଲି ଉଠରେ

ପୁଣି କେବେ ଭିଜିଯାଏ ଚାହାଣୀର ରଙ୍ଗରେ।। 


ଇନ୍ଦ୍ରଧନୁର ସପ୍ତରଙ୍ଗର ଓଢଣା ଟାଣି

ଶ୍ରାବଣ ର ନୀଳ ଆକାଶରେ 

ମୌନାବତୀ ମନେ ମନେ ଆଙ୍କି ଚାଲେ

ପ୍ରେମ ଓ ଭାବନାର ଅଭୁଲା କାହାଣୀ ।।


ଭିଜା ଶ୍ରାବଣଟା ଭାରି ଆନମନା

ପ୍ରକୃତି କୋଳରେ ଆଙ୍କିଦିଏ ଅନେକ ଭାବନା

ମୌନାବତୀର ରୂପ ଲାବନ୍ୟାରେ 

ଆଙ୍କିଯାଏ ଶ୍ରାବଣର ଅଭିମାନ ଓ ତମନ୍ନା ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract