STORYMIRROR

Purita Rana

Abstract Romance Inspirational

4  

Purita Rana

Abstract Romance Inspirational

ପ୍ରେମ

ପ୍ରେମ

1 min
477

ଦେଖାହୁଏ ଯେବେ ତୁମ ସହ

ନିରବ ରହେ ମୋ ହୃଦୟ ।

କେତେକଥା ଥିଲା କହିବାକୁ ବାକି

ଭଲପାଏ ବୋଲି କହି ପାରିଲିନି ତୁମ ଆଗେ କେବେ ମୁହିଁ ।

ଯେତେ ଦୂରଗଲେ ଯାଅପଛେ ତୁମେ

ଭୁଲିବିନି କେବେ ମୁହିଁ ।

ଏବେବି ରଖିଛି ହୃଦୟରେ ମୋର

କରିବି ତୁମକୁ ଅତିନିଜର ।

ପ୍ରଥମ ପ୍ରେମର ଦୁହିଁଙ୍କ ମଧ୍ୟରେ

ପ୍ରେମ ତ ନଥିଲା ଏତେ

ମନଟି ତୁମର ଭାରି ସରଳ

ତୁମେ ଗାଳିଦେଲେ ଲାଗେମତେ ଭାରି ନିଜର ।

ତୁମ ସହ କଟିଥିବା ସେହି ସ୍ମୃତିରେ

ହଜେଇ ଦେଇଛି ମୋ ମନକୁ ପ୍ରତିଦିନରେ ।

ଭୁଲି ହୁଏନା ସେହି ସ୍ମୃତିକୁ

ହଜେଇ ଦେଇଛି ତୁମ ସ୍ମୃତିରେ ମୋ ମନକୁ ।


Rate this content
Log in

Similar oriya poem from Abstract