ମା
ମା
ମା’ ମୋର ସରଗର ତାରା
ତା’ ବିନା ଜୀବନ ଲାଗେ ଅଧୁରା ।
ନ ଖାଇ ନ ପିଇ ଆମକୁ ଦିଏ ଖୁଆଇ
ସେ ଆମ ଜୀବନର ଧାରା ।
ଦଶ ମାସ ଗର୍ଭେ ଧରି କରିଲା ଜନମ
ତେଲ ହଲଦିରେ ନେଲା ଦେହର ଯତନ ।
ମା’ର ମମତା ସ୍ନେହର ଦ୍ୱାର
ଯେଉଁଠି ପୁରିଯାଏ ଭୋଗ ଆହାର ।
ନିଜେ ସହି ଦୁଃଖ ଅନ୍ୟକୁ ଦିଏ ସୁଖ
ସ୍ନେହ ମମତାରେ ଭରିଦିଏ ଆମ ଜୀବନରେ ସୁଖ ।
ମା’ଠାରୁ ଏ ଦୁନିଆରେ ନାହିଁ ତ କେହି ବଡ଼
ତା’ ପାଖରେ ଆମେ ସମସ୍ତେ କ୍ଷୁଦ୍ରତର ।
ତା’ ସ୍ନେହ ମମତାରେ ବାନ୍ଧି ହୋଇ
ଭୁଲି ଯାଉଁ ଜୀବନର ଯେତେ ସବୁ ଦୁଃଖ ।