ଆଶ୍ରା ନାହିଁ ତୁମ ବିନା
ଆଶ୍ରା ନାହିଁ ତୁମ ବିନା


ସଳିତାର ବିନା ଦୀପ ତ ଜଳେନା
ଘୃତର ବିନା ବି ଜଳେନା
ସଳିତା ଓ ଘୃତ ହୋଇଲେ ଏକତ୍ର
ସୃଷ୍ଟି ହୁଏ ନୂଆ ଭାବନା
ପ୍ରଭୁ ,ଆଶ୍ରା ନାହିଁ ତୁମ ବିନା ।
ପାଞ୍ଚ ମନ ଆଉ ପଚିଶ ପକୃତୀ
ଦିଅନ୍ତି ମରଣ ଯାତନା
ଖଞ୍ଜି ଦେଇଛ ତ ଜୀବନ କଣ୍ଟକ
ମରଣର ଫାନ୍ଦ ଯୋଜନା
ପଞ୍ଚୁ କଲା ନ୍ୟାୟ ହେଉ ବି ଅନ୍ୟାୟ
&
nbsp;ମାନି ନେବା ସତ ଠିକଣା
ବହୁ ସଉତୁଣୀ ସ୍ବାମୀ ମରେ ପୁଣି
ଭୋଗି ଭୋଗି ଯମ ଯନ୍ତ୍ରଣା ।
କାହାକୁ ରଖିବି ଦ୍ୱାରେ ଦେଇ ଚାବି
ଆନ ହୁଏ ଯେ ଆନମନା
ବିଚଳିତ ମନ ନ କରେ ସାଧନା
ତୁମ ଯଶ କୀର୍ତ୍ତି ଗାରିମା
ଥରେ ଚାହିଁ ଦେଖ ଆହେ କଳା ମୁଖ
ବଳିଲାଣି ମୋର ବେଦନା
ଆର ଜନମକୁ ଜନମ ତୁ ଦେବୁ
ନ ଥିବ କାମନା ବାସନା ।