STORYMIRROR

Salila Sarangi

Inspirational

3  

Salila Sarangi

Inspirational

ଦିବ୍ୟ ଦୀପାବଳୀ

ଦିବ୍ୟ ଦୀପାବଳୀ

1 min
143

ଆଲୋକର ପର୍ବ ଅଟେ ଦୀପାବଳୀ

ଉତ୍ସୁକତା ମନେ ଭରେ

ଉଁଆସ ଅନ୍ଧାର ହୋଇଥାଏ ଦୂର

ଆଲୋକର ରୋଷଣୀରେ।


ଏ ଆଲୋକ ପର୍ବ ଦ୍ଵାରେ ଉପଗତ

ଆସ ସର୍ଵେ ହୋଇ ମେଳି

ମାଟି ପ୍ରଦୀପ ରେ ତଇଳକୁ ଭରି

ଜାଳିଵା ଆମେ ଦୀପାଳି।


ଭିନ୍ନ ଭିନ୍ନ ପିଠା ମିଠା ସହିତରେ

ସ୍ଵାଦିଷ୍ଟ ବ୍ୟଞ୍ଜନ ମାନ

ଆମ ପରମ୍ପରା ସଭ୍ୟତା ସଂସ୍କୃତି

ସବୁଠାରୁ ପରା ଭିନ୍ନ।


ରସାୟନ ଵାଣ କରିଵା ବର୍ଜନ

ରହିବା ତାଠାରୁ ଦୂରେ

ପରିବେଶ ପ୍ରଦୂଷଣ କରିବାନି

ସେହି ବିଷାକ୍ତ ଦ୍ରବ୍ୟରେ।


ସଳିତା ଯେପରି ନିଜେ ଜଳି ଜଳି

 ଆଲୋକ ଦିଏ ଅନ୍ୟକୁ

ସେହିଭଳି ସେଵା ସମର୍ପଣ ଦ୍ଵାରା

ଧନ୍ୟ କରିବା ନିଜକୁ।


ଗୁରୁ ଗୁରୁଜନ ଆଶିର୍ବାଦ ଆମ

ଜୀବନେ ପାଥେୟ ହେଉ

ଦିଵ୍ୟ ଦୀପାବଳୀ ଉତ୍ସବ ପାଳନ 

 ଅଫୁରନ୍ତ ଖୁସି ଦେଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational