କଵି ଭାବନାରେ କବିତା
କଵି ଭାବନାରେ କବିତା
କବି କବିତାରେ ଲେଖନୀରୁ ଝରେ
ଭାଵନାର ଅନ୍ତଃସ୍ଵର
ଝରାଇ ଦିଏ ସେ ଲେଖନୀ ମୁନରେ
ଅମୃତର ମଧୁ ଝର।।
ଲେଖା ଚାତୁରୀରେ କବିର କଲମ
ଶବ୍ଦକୁ ଖଞ୍ଜି ଶବ୍ଦରେ
ଉତ୍ତପ୍ତ ବାଲିରେ ଶୀତଳ ପରଶ
ଦିଏ ବାଲୁକା ଶଯ୍ୟାରେ।।
ଭୂମି ଠାରୁ ଭୂମା ପର୍ବତ ଝରଣା
ଚାନ୍ଦର ଚାନ୍ଦିନୀ ରାତି
ସରସୀ ଜଳରେ କୁମୁଦିନୀ ସାଥେ
ପ୍ରଣୟର ଭାବ ପ୍ରୀତି।।
ମୃଦୁ ମଳୟର ପହିଲି ପରଶ
ଅହେତୁକ ଶିହରଣ
ସପତ ରଙ୍ଗର ପ୍ରୀତିର ପସରା
ନେଇ ଆସଇ ଫଗୁଣ।।
ଗ୍ରୀଷମ ତପତେ ଶ୍ରାବଣର ଧାରା
ଝରୁଥାଏ ଅଵିରତ
କବି କବିତାରେ ତା'ର ଭାବନାରେ
ସବୁ କିଛି ସମ୍ଭବତଃ।।
ତାର ସେ ଭାବନା ହେଲେ ଆନମନା
ନିର୍ଝରିଣୀ ଯିଵ ଶୁଖି
ଶୁଭିଵନି ଆଉ ମୋହନ ବଂଶୀର
ସପ୍ତସ୍ଵର ମନଲାଖି।।
