STORYMIRROR

Salila Sarangi

Tragedy

4  

Salila Sarangi

Tragedy

ନାରୀର ଅନ୍ତଃସ୍ଵର

ନାରୀର ଅନ୍ତଃସ୍ଵର

1 min
351

କେଉଁ ଉପାଦାନେ ଗଢିଲା ବିଧାତା

  ମର୍ତ୍ତ୍ୟରେ ଏହି ନାରୀକୁ

ନିତି ମରି ପୁଣି ବଞ୍ଚିବାକୁ ହୁଏ

  ପିଇ ସଂସାର ଜ୍ଵାଳାକୁ।


ନାହିଁ ତା ଅଇରି ଯେଣୁ ସେହି ନାରୀ

  ସରଵେ ତା ଆପଣାର

ସ୍ନେହ, ଶ୍ରଦ୍ଧା, ପ୍ରେମ,ଦୟା କରୁଣାର

  ଅଟେ ଅମୃତ ନିର୍ଝର।


ଦୁହିତା ଭଗିନୀ ପତିନୀ ଜନନୀ

  କେତେ ରୂପେ ଅଵତୀର୍ଣ୍ଣ

ସୂଚାରୁରୂପରେ ଭୂମିକା ନିଭାଏ

 ଅଭିନୟ ତା ନିଖୁଣ।


ସଞ୍ଜ ବତୀ ଭଳି ତିଳ ତିଳ ଜଳି

  ଆଲୋକ ପ୍ରଦାନ କରେ

ଯେତେ ବାଧା ବିଘ୍ନ କରେ ସମ୍ମୁଖୀନ

  ପଣତ ଭିଡି ଅଣ୍ଟାରେ।


ସଂସାରର ଵୋଝ ବୋହିଵା ପାଇଁ କି

  ତା କପାଳେ ଅଛି ଲେଖା

କେବେ ପୁଣି ଅବଶୋଷ ଦାଵାଗ୍ନିରେ

  ଲିଭଇ ଜୀବନ ଶିଖା।


ପ୍ରଶଂସାର ତାଜ ଚାହେଁ ନାହିଁ ସେତ

  କିଏ ବାନ୍ଧୁ ତା ମଥାରେ

ପଦେ ଖାଲି ଆହା ବଞ୍ଚିବାର ରାହା

  ତା ଜୀବନ ଚଲାପଥରେ।


କେବେ ଯୈାତୁକ ର କେଵେ ବଳାତ୍କାର

  କେବେ ଅନ୍ଧ ବୁଝାମଣା

ପୁରୁଷ ପ୍ରଧାନ ସମାଜରେ ନାରୀ

  କେଉଁ ଥିରେ ହୁଏ ଗଣା।


ସର୍ଵସ°ହା ନାରୀ ଧରିତ୍ରୀ ସମାନ

  ପୁରାଣ ବର୍ଣ୍ଣନା କରେ

ତେଣୁ ସଂସାର ର ଅକଥ୍ୟ ଯାତନା

 ‌‌ ଲଦିଦିଅ ତା ଉପରେ।


ରକ୍ତ ମାଂସ ଧାରୀ ମଣିଷ ଟିଏ ସେ

  ନୁହେଁ ସେ କାଷ୍ଠ ପ୍ରସ୍ତର 

ସ୍ଵାର୍ଥୀ ଦୁନିଆରେ କିଏ ଶୁଣିପାରେ

  ସେହି ନାରୀ ଅନ୍ତଃ ସ୍ବର।


 ଘୂର୍ଣ୍ଣିଝଡ ପ୍ରାୟ ଅନ୍ତରର କୋହ

  ଅନ୍ତରେ ମିଳାଇ ଯାଏ

ଦୁଇ ଧାର ଅଶ୍ରୁ ଏକମାତ୍ର ସାଥୀ

  ଗଣ୍ଡଦେଇ ବହିଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy