ଅନ୍ଧାରକୁ ଦୂର କରି
ଅନ୍ଧାରକୁ ଦୂର କରି
ଅନ୍ଧାରକୁ ଦୂର କରି ପାଳି ଦୀପାବଳୀ
ଜାଳି ଯିବା ଆସ ଆଜି ସଭିଏଁ ଦୀପାଳୀ ।
ପବିତ୍ର ଉତ୍ସାହ ଆଣି ଆସିଛି ଉତ୍ସବ
ପାଳନ କରିବା ଆସ ଦୀପାବଳୀ ପର୍ବ ।
କେତେ କେତେ ଖୁସି ଆଉ ମଉଜ ଭିତରେ
ପରସ୍ପର ଅନୁରାଗ ପ୍ରୀତି ସ୍ରୋତ ଧାରେ ।
ଆଲୁଅ ଜଳ।ଇ ସର୍ବେ ଅନ୍ଧାର ରାତିରେ
ବସାଇବେ ଦୀପ ମାଳା ଗ୍ରାମେ ପୁରେ ନଗରେ ।
ପ୍ରତି କ୍ଷଣେ ଖେଳେ ପ୍ରାଣେ ପ୍ରୀତିର ଲହରୀ
ଅନ୍ଧାରକୁ ଦୂର କରି ପାଳି ଦୀପାବଳୀ ।
ଅନ୍ଧକାର ଭେଦ ଅଭିମାନ ଓ ଆକ୍ରୋଶ
ଦୂରେଇ ସବୁରି ମନେ ବୁଣିବେ ହରଷ ।
କାର୍ତ୍ତିକ ମାସର ଏହି ଅମାବାସ୍ୟା ତିଥି
ଗୃହେ ଗୃହେ ଜାଳି ଦୀପ ଓ ମହମବତୀ ।
ଖୁଣ୍ଟରେ ଝୁଲ।ଇ ନାନା ମତେ ବିଶୋଭାଇ
ଆଲୋକ ପରବ ଭାବେ ପାଳିତ ହୁଅଇ ।
କେତେ କେତେ ଖୁସି ମଧୁମୟୀ ସ୍ୱପ୍ନ ନେଇ
ମନ୍ଦିରରେ ଦୀପ ମାଳା ଗ୍ରାମେ ଗ୍ରାମେ ପୁଣି ।
ସହର ବଜାର ସବୁ ଠାରେ ଦୀପାଲୋକ
କେତେ ସୁମଧୁର ଦିବ୍ୟ ଭାବର ଦ୍ୟୋତକ ।
ଆସ ଆସ ଆମ ଦେଶ ସଭ୍ୟତା ସଂସ୍କୃତି
ଚେତନା ମୂଳକ ପର୍ବ ପାଳି ଦୀପାବଳୀ ।
ଉତ୍ସବ ମୁଖର ହୋଇ ଉଠି ଅଛି ଆଜି
ବାଜେ ବାଜା ଫୁଟେ ବାଣ ଓ ଆତସବାଜି ।
ପିତୃ ଦେବତାଙ୍କୁ ପୟା ଶ୍ରାଦ୍ଧରେ ତର୍ପଣ
କାଉଁରିଆ କାଠି ଜାଳି କରନ୍ତି ଆହ୍ୱାନ ।
ଆସିଛି ଆଲୋକ ପର୍ବ ଏହି ଦୀପାବଳୀ
ଉତ୍ସବ ପାଳିବା ସର୍ବେ ଆସ ଦୀପ ଜାଳି ।
