STORYMIRROR

Purita Rana

Inspirational

3  

Purita Rana

Inspirational

ମା

ମା

1 min
1.0K

ମା ମୋର ସରଗର ତାରା

ତା ବିନା ଜୀବନ ଅଧୁରା ।

ନଖାଇ ନପିଇ ଆମକୁ ଦିଏ ଖୁଆଇ

ସେ ଆମ ଜୀବନର ଧାରା ।

ଦଶମାସ ଗର୍ଭେଧରି କରିଲା ଜନମ

ତେଲ ହଳଦୀରେ ନେଲା ଦେହର ଜତନ ।

ମାରମମତା ସ୍ନେହର ଦ୍ୱାର

ଯେଉଁଠି ପୁରିଯାଏ ଭୋଗ ଆହାର ।

ନିଜେସହି ଦୁଃଖ ଅନ୍ୟକୁ ଦିଏ ସୁଖ

ସ୍ନେହ ମମତାରେ ଭରିଦିଏ ଆମ ଜୀବନରେ ସୁଖ ।

ମା ଠାରୁ ଏ ଦୁନିଆରେ ନାହିତ କେହି ବଡ଼

ତାପାଖରେ ଆମେ ସମସ୍ତେ କ୍ଷୁଦ୍ରତର ।

ତା ସ୍ନେହ ମମତାରେ ବାନ୍ଧିହୋଇ

ଭୁଲିଜାଉଁ ଜୀବନର ସବୁଦୁଃଖ ।


Rate this content
Log in

Similar oriya poem from Inspirational