ବାପା
ବାପା


ବାପା ମୋ ସ୍ୱର୍ଗ
ବାପା ମୋ ଧର୍ଯ୍ୟ
ତାଙ୍କ ପାଇଁ ଆଜି ମୋ ପରିବାର ସୁରକ୍ଷିତ ।
ବାପା ମତେ ଚାଲି ଶିଖାଇଲ
ମଣିଷପରି ମଣିଷଟିଏ କଲ
ନିଜେ ଭୋକଉପାସରେ ରହି ମତେ ଖୁଆଇଲ
ଦୁଃଖଯନ୍ତ୍ରଣା ସହି ପରିବାର ଚଲାଇଲ ।
ବାପା ତୁମେ ଜୀବନରେ ଅସରନ୍ତି ତ୍ୟାଗକଲ
ପରିବାରରେ ପ୍ରଚୁର ସ୍ନେହ ଢାଳିଲ &n
bsp;
ତୁମ୍ଭ ସ୍ନେହ ଅଟେ ସୁଖର ଗନ୍ତାଘର
ଯେଉଁଠି ଆମପରିବାର ପାଇଛି ସୁଖର ସଂସାର ।
ଅନ୍ଧାରକୁ ଡରି ଲୁଚିଯାଏଁ ତୁମ ଛାତିଉପରେ
ଆଜି ଜାଣିଲି ମୁ ଶୋଇଥିଲି ସ୍ୱର୍ଗଉପରେ
ଚଲାପଥ ମୋର ସୁଗମ କଲ
ମତେ ମଣିଷ କରିବାର ସ୍ୱପ୍ନ ଦେଖିଲ ।
ତୁମପାଇଁ ଆଜି ପରିଚୟ ମୋର
ତୁମେ ମୋର ଇଷ୍ଟଠାକୁର ।